ପାହାଡ଼ ରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ, ପ୍ରଶାସନ ନିରବଦ୍ରଷ୍ଟା

*ପାହାଡ଼ ରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ, ପ୍ରଶାସନ ନିରବଦ୍ରଷ୍ଟା

*ପାହାଡ଼ ରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ, ପ୍ରଶାସନ ନିରବଦ୍ରଷ୍ଟା*

ଗଜପତି, 31/03/2026(ମନୋଜ ପାଢ଼ୀ) -:ରାଜ୍ୟ ସରକାର ରାଜସ୍ବ ଆଦାୟ କରିବା ପାଇଁ ରାଜସ୍ବ ବିଭାଗକୁ ଦାୟିତ୍ୱ ଦେଇଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଲକ୍ଷଲକ୍ଷ ଟଙ୍କା ରାଜସ୍ବ କ୍ଷତି ସହୁଛି। ମୋହନା ବ୍ଲକ ଗୁଲୁବା ପଞ୍ଚାୟତ ଲୁଦିଗୁଡାଗାଁ ଓ ଚୁଡ଼ଙ୍ଗପୁର ପଞ୍ଚାୟତ ଝରଣପୁରଗାଁ ଏହି ଦୁଇ ଗାଁ ମଝିରେ ଏକ ପାହାଡ଼ ସମ୍ପୂର୍ଣ ଧ୍ୱଂଶ କରିବାରେ ଲାଗିଛନ୍ତି କିଛି ଠିକାଦାର। ଏହି ଅଞ୍ଚଳ ରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଠିକାଦାର ସେମାନଙ୍କୁ ଠକିବାରେ ଉସ୍ତାଦ କୁହାଯାଉଛି। ଗାଁ ନିକଟସ୍ଥ ପାହାଡ଼ ରେ ପଥର ବ୍ଲାଷ୍ଟିଙ୍ଗ କରିବା ସହ ଏକ ବେଆଇନ ଭାବେ କ୍ରସର ମେସିନ ମାଧ୍ୟମରେରେ ମେଟେରିଆଲ ପ୍ରସ୍ତୁତ କରି ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ଠିକାଦାର ଜଣକ। ଏମିତି କି କିଛି ଗ୍ରାମର ମୁରବି ମାନଙ୍କୁ ଆବାସ ଯୋଜନାରେ ଘର ଆସିଲେ ପଥର ଯୋଗାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇ ପାହାଡ଼ ରେ ପଥର ବ୍ଲାଷ୍ଟିଙ୍ଗ ଆରମ୍ଭ କରିଥିଲେ ଠିକାଦାର ଜଣକ ।ହେଲେ ଗରିବ ନିରୀହ ଲୋକଙ୍କୁ ଠକି ସମ୍ପୂର୍ଣ୍ଣ ପାହାଡ଼ ସଫା ହୋଇଗଲାଣି କିନ୍ତୁ ପଥର ଦେଲାନି ଠିକାଦାର। ଏମିତି କି ଯେଉଁ ପାହାଡ଼ରେ ବ୍ଲାଷ୍ଟିଙ୍ଗ କରି ପଥର ବାହାର କରାଯାଉଛି କିଛି ଦୂରରେ ରହିଛି ବିଦ୍ୟାଳୟ। ବିଦ୍ୟାଳୟରେ ପାଠ ପଢିବା ସମୟରେ ଯେଉଁଭଳି ଭାବେ ପଥର ବ୍ଲାଷ୍ଟ କରାଯାଉଛି ତାହା ଛାତ୍ର ଛାତ୍ରୀ ମାନେ ଭୟଭୀତ ହେଉଥିବା ମଧ୍ୟ ନଜିର ରହିଛି। ଏଭଳି ଗୋଟିଏ ପଟେ ପାହାଡ଼ ସଫା ହୋଇଗଲାଣି କିନ୍ତୁ ପ୍ରଶାସନ ର ଆଖି ପଡୁନି। ଯାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ସ୍ଥାନୀୟ ତହସିଲଦାର ଏଠି କଣ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଦେବାପାଇଁ ଆସିଛନ୍ତି ନା ରାଜସ୍ବ କ୍ଷତି କରିବା ପାଇଁ ଆସିଛନ୍ତି ତାହା ଏବେ ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଛି।