ପାରାଦୀପରେ ଭୟାଭୟ ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦୋକାନ ଜଳିଗଲା
ପାରାଦୀପର ବଡପଡିଆ ପରିବା ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ଦୋକାନ ଜଳିଗଲା । ଘଟଣାସ୍ଥଳରେ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଥିଲା। ଆଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ, ପ୍ରାରମ୍ଭିକ ଅନୁମାନ ଅନୁଯାୟୀ ବିଦ୍ୟୁତ୍ ଶର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଦୃତ କାର୍ଯ୍ୟକଳାପରୁ ନିଆଁ ଆସପାସ ଅଞ୍ଚଳକୁ ପ୍ରସାରିତ ହେବାରୁ ରୋକାଯାଇପାରିଥିଲା।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ଆନୁମାନ। ସ୍ଥାନୀୟ ପ୍ରଶାସନ ଓ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବସାୟୀମାନେ ତାଙ୍କର ଭାରୀ କ୍ଷତି ପାଇଁ ସରକାରଙ୍କ ନିକଟରୁ ସହାୟତା ଦାବି କରିଛନ୍ତି।
