ପାରଳାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ।

ପାରଳାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ।

ପାରଳାରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ।

ଗଜପତି, 13/1(ମନୋଜ ପାଢ଼ୀ)ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଉପ ସଭାପତି ତଥା ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ମୁଖ୍ୟବକ୍ତା ଅଧ୍ୟାପକ ଇଂ ଶ୍ୱେତl ପଟ୍ଟନାୟକ, ଯୋଗ ଦେଇଥିଲେ। ପ୍ରରମ୍ଭରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ.ବିପ୍ଳବ ରଞ୍ଜନ ପ୍ରଧାନ ସ୍ଵାଗତ ସମ୍ଭାଷଣ,ଦେଇଥିବାବେଳେ ସ୍ବଦେଶ ମନ୍ତ୍ର ପଠନ ଅଧ୍ୟାପକ ପ୍ରିୟ ବ୍ରତ ଶତପଥୀଙ୍କ ଦ୍ଵାରା କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିଥିଲେ । ଅଧ୍ୟାପକ ଡ. ଶଶୀକାନ୍ତ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ।

ଅନୁଷ୍ଠାନର ସମ୍ପାଦକ ତଥା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ବିବରଣୀ ପାଠ ଓ ଆଜିର ଆଭିମୁଖ୍ୟ ଜଣାଇ ଥିଲେ। ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଅର୍ଜୁନ ଜେନା, ଏବଂ ବିବେକାନନ୍ଦଙ୍କ ଜଗତ ପାଇଁ ଅବଦାନ ସମ୍ପର୍କରେ ଡ.ନରସିଂହ ଗୌଡ଼, ନିତ୍ୟାନନ୍ଦ ଚୌଧୁରୀ କବିତା ପାଠ କରିଥିଲେ।ଅତିଥିଗଣ ବିବେକାନନ୍ଦଙ୍କ ଯୁବୋଗୋଷ୍ଠୀ ପାଇଁ ଦେଇଥିବା ଅମୁଲ୍ୟ ବାଣୀ ଈଶ୍ୱର ଅଦ୍ୱିତୀୟ ସବୁଠି ଅଛନ୍ତି ତାଙ୍କରୀ ସାନି ଧ୍ୟ ଆମେ ପ୍ରତିଟି ମୁହୂର୍ତ୍ତ ପାଉଛୁ ଅନୁଭବ କରି ଜୀବ ସେବାହିଁ ଇଶ୍ବର ସେବା କହିଥିଲେ। ବିଶେଷକରି ଯୁବଗୋଷ୍ଠୀ ହିଁ ଆମର ଜାତି ନିର୍ମାଣର ପ୍ରଜାପତି କହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ଆରୁପାଞ୍ଜଳି ମହାନ୍ତି ସଂଯୋଜନା କରିଥିଲେ, ତର୍କ ଏବଂ ଚିତ୍ର ପ୍ରତିଯୋଗିତାରେ ପୁରସ୍କୃତ୍ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ନିର୍ମଳ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।