ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ।

ଗଜପତି,୮.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୧୧ ତମ କ୍ରୀଡା ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ଟ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଶିକ୍ଷା ଆହରଣ କ୍ଷେତ୍ରରେ କ୍ରୀଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ କହି ଖେଲୁଆଡ ମନୋଭାବ ନେଇ କ୍ରୀଡା ପ୍ରତିଯୋଗିତାରେ ଶୃଙ୍ଖଳିତ ଭାବେ ଅଂଶଗ୍ରହଣ କରିବାକୁ ଉପସ୍ଥିତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ସେହିଭଳି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଡ଼ଃ ରୀନା ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କ୍ରୀଡାର ଉପଯୋଗିତା ଓ କ୍ରିକେଟ ଖେଳରେ ମହିଳା ମାନଙ୍କ ଅବଦାନ ସମ୍ପର୍କରେ କହି ସେହି ଅବଦାନ ପ୍ରତି ନିଜ କ୍ୟାରିଅରରେ ପ୍ରତିପାଦନ କରିବାକୁ ଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ ।

କ୍ରୀଡା ସମ୍ପର୍କରେ ସଂଯୋଜିକା ତଥା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଏବଂ କ୍ରୀଡା ଶିକ୍ଷକ ଶ୍ରୀ ସୁକୁମାର ଶତପଥୀଙ୍କ ତତ୍ତ୍ଵାବଧାନରେ ଆନୁଷ୍ଠାନିକ ଭାବେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଯଥା:- ଉଚ୍ଚଡ଼ିଆଁ , ଲମ୍ବଡିଆଁ , ୧୦୦ ଓ ୨୦୦ ମିଟର ଦୌଡ , ଜାଭେଲିନ , ସଟପୁଟ ଓ ଡିଷକସ ଥ୍ରୋ , ରିଲେ ରେଡ ଓ ମ୍ୟୁଜିକଲ ଚେୟାର ପ୍ରଭୃତି କ୍ରୀଡା ପ୍ରତିଯୋଗିତା ସବୁଅନୁଷ୍ଠିତ ହୋଇଥିଲା ।

ଏହି କ୍ରୀଡା ପ୍ରତିଯୋଗିତାରେ ମହାବିଦ୍ୟାଳୟର ୧୨୦ ରୁ ଅଧିକ ଛାତ୍ରୀ ଭାଗ ନେଇଥିଲେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରା ଯାଇଥିଲା । ଏହି କ୍ରୀଡା ପ୍ରତିଯୋଗିତାରେ ଯୁକ୍ତ ୩–ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରିୟଙ୍କା ଜେନା ଚାମ୍ପିଅନ ହୋଇଥିଲେ ।ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କ୍ରୀଡା ଉତ୍ସବ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଣ-ଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ସହଯୋଗରେ କ୍ରୀଡା ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦନ ହୋଇଥିଲା

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ