ପାରଳାଖେମୁଣ୍ଡି ପୋଲିସ ଓ ଦେବଗିରି ଫରେଷ୍ଟ ରେଞ୍ ପକ୍ଷରୁ ମିଳିତ ଚଢଉ 63.78 ଘନ ଫୁଟ କାଠ ଜବତ, ୨ ଗିରଫ ।
ଗଜପତି: ୨୩/୯ (ମନୋଜ ପାଢୀ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ୍ ଓ ଦେବଗିରି ବନଖଣ୍ଡ କୌଣସି ସୂତ୍ରରୁ ସୂଚନାପାଇ ମିଳିତ ଚଢଉ କରି ୬୩.୭୮ ଘନଫୁଟ କାଠ ଜବତ କରିଛନ୍ତି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି | ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମରେ ଏହି ଚଢ଼ାଉ କରାଯାଇଛି । ଚଢ଼ଉ ସମଯରେ ଚାରୋଟି ମୋଟର ସାଇକଲ, ତିନୋଟି ମୋବାଇଲ ଫୋନ୍ ଏବଂ ସାଗୁଆନ, ନିମ ଏବଂ ଗମ୍ଭାର ଭଳି ମୂଲ୍ୟବାନ କାଠ ଜବତ କରାଯାଇଛି। ଏହି ଘଟଣାରେ ଏନ.ମନ୍ମଥ ଓ ରାଜେଶ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇ

