ପାରଳାଖେମୁଣ୍ଡି ଠାରୁ ପୁରୀ ବସ ସେବା ଆରମ୍ଭ ।
ଗଜପତି,୧.୪(ମନୋଜ ପାଢ଼ୀ):- ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କ ଦ୍ଵାରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରୁ ଶ୍ରୀକ୍ଷେତ୍ର ପୁରୀ ସହର ପ୍ରଜନ୍ତ ରାଜ୍ୟ ସରକାର ଙ୍କ ଓସ୍ଆରଟିସି ବସ ସେବା ଶୁଭ ଆରମ୍ଭ ହୋଇଯାଇଛି, ଗଜପତି ଜିଲ୍ଲା ରୁ ସିଧାସଳଖ ବସ ସେବା ବିଗତ କିଛିଦିନ ହେବ ବନ୍ଦ ହୋଇଯାଇଥିଲା, ବିଧାୟକ ବାରମ୍ବାର ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ଙ୍କୁ ଅବଗତ କରାଇବା ପରେ ଆଜି ପୁନରବାର ପୁରୀ ସହର କୁ ଏକ ନୂଆ ବସ ସେବା ଆଜିଠାରୁ ଆରମ୍ଭ ହୋଇଯାଇଛି । ପୁରୀ ବସ ସେବା ଆରମ୍ଭ ହୋଇଥିବାରୁ ଜିଲ୍ଲା ବାସି ବିଧାୟକ ରୁପେଶ ପାଣିଗ୍ରାହୀ ଓ ବିଭାଗୀୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି ।ଏହି ବସ ଟି ପାରଳାଖେମୁଣ୍ଡି ଠାରୁ ସକାଳ ୭ ଘଣ୍ଟା ରେ ଛାଡି ବ୍ରହ୍ମପୁର ଦେଇ ରାମେଶ୍ବର ଛକ ଦେଇ ପୁରୀ ଅଭିମୁଖେ ଯାତ୍ରା କରିବ , ଏହି ବସ ସେବା ହେବା ଦ୍ଵାରା ଲୋକେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସିଧାସଳଖ ପୁରୀ ଯିବା ସହ ବ୍ୟବସ୍ଥା ରେ ମଧ୍ୟ ଗଜପତି, ଗଞ୍ଜାମ, ଖର୍ଦ୍ଧା ଓ ପୁରୀ ଜିଲ୍ଲା କୁ ସଂଯୋଗ କରିବ ।
