ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ।

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ।

ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଅସୁରକ୍ଷିତ ।

ଗଜପତି, ୧୯.୩(ମନୋଜ ପାଢ଼ୀ):- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ତିନୋଟି କୋଠା ମଧ୍ୟରୁ କେବଳ ପ୍ରସୂତି ଓ ଶିଶୁ ବିଭାଗ କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି | କିନ୍ତୁ ତାହା କେତେଦୂର ବ୍ୟବହାର ଉପ‌ଯୋଗୀ ତାହା ସ୍ପଷ୍ଟ ହୋଇପାରୁନି। କାରଣ ଦୀର୍ଘବର୍ଷ ଧରି ଯନ୍ତ୍ରପାତି ରହିଥିବା ବେଳେ ସେଥିରେ କଳଙ୍କି ଲାଗିଲାଣି| ବର୍ଷ ବର୍ଷ ଧରି ଏଗୁଡ଼ିକର ନିୟମିତ ଯାଞ୍ଚ ମଧ୍ୟ ହେଉନି। ସେହିଭଳି ସବୁ ୱାର୍ଡ କାନ୍ଥରେ ଅଗ୍ନି ନିର୍ବାପକ ଯନ୍ତ୍ର (ପୀୟାର୍ ଏକ୍‌ସ୍‌ଟିଙ୍ଗୁଇସର୍) ଝୁଲୁଛି କିନ୍ତୁ ତାହା ନିୟମିତ ଯାଞ୍ଚ ହେଉନି ଅନ୍ୟପକ୍ଷରେ ଆଉ ଦୁଇଟି କୋଠା ଜରୁରୀକାଳୀନ ବିଭାଗ ଏବଂ ବାହ୍ୟ ଚିକିତ୍ସା ବିଭାଗ ସମେତ ଅନ୍ୟ କୌଣସି କୋଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଫଳରେ ଯଦି କୌଣସି ବଡ଼ଧରଣର ଅଘଟଣ ଘଟେ, ତା’ହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କାରଣ ଏହି ଡାକ୍ତରଖାନା ଉପରେ ଜିଲ୍ଲାର ସମସ୍ତ ସାତଟି ବ୍ଲକ୍ ସମେତ ରାୟଗଡ଼ା ଜିଲ୍ଲାର ଗୁଣପୁର ଏବଂ ଆନ୍ଧ୍ରପ୍ରଦେଶର ମିଳିଆପୁଟି ଏବଂ ପୁରୁଣାପାଟଣାର ରୋଗୀ ନିର୍ଭରଶୀଳ ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଆସୁଛନ୍ତି | କିନ୍ତୁ ଅଗ୍ନି ନିରାପତ୍ତାକୁ ଯେମିତି ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କୋଠା ନିର୍ମାଣ ସମୟରେ ଅଗ୍ନି ନିରାପତ୍ତା ପାଇଁ ଯେଉଁ ସବୁ ଦିଗକୁ ଦୃଷ୍ଟି ଦେଇ ପ୍ରସ୍ଥାନ ରାସ୍ତା ନିର୍ମାଣ କରାଯାଇଥିଲା ତାହା କେଉଁଠି ଅବରୋଧ କରି ପୁନଃ ନିର୍ମାଣ ହୋଇଛି ତ ଆଉ କେଉଁଠି ରାସ୍ତାକୁ ବନ୍ଦ କରିଦିଆଯାଇଛି। ଏବେ ରୋଗୀ ଜେତେ ସୁରକ୍ଷିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।