ପାରଳାଖେମୁଣ୍ଡିରେ ସିସିଟିଭି ବ୍ୟବସ୍ଥାକୁ ଉଦଘାଟନ କଲେ ବିଧାୟକ ।

ପାରଳାଖେମୁଣ୍ଡିରେ ସିସିଟିଭି ବ୍ୟବସ୍ଥାକୁ ଉଦଘାଟନ କଲେ ବିଧାୟକ ।

ପାରଳାଖେମୁଣ୍ଡିରେ ସିସିଟିଭି ବ୍ୟବସ୍ଥାକୁ ଉଦଘାଟନ କଲେ ବିଧାୟକ ।

ଗଜପତି, 29/1.2026ପାରଳାଖେମୁଣ୍ଡି ସହରରେ ସିସିଟିଭି ବ୍ୟବସ୍ଥାକୁ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ଉଦଘାଟନ କରିଥିଲେ. ଏହି ସମାବେଶରେ ପାରଳା ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପୃଥୀରାଜ ମଣ୍ଡଳ, ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଏସଡିପିଓ ମାଧବାନନ୍ଦ ନାୟକ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ପ୍ରଶାନ୍ତ ଭୂପତିପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ସହରରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ସହରବାସୀ ସିସିଟିଭି ବ୍ୟବସ୍ଥା ଲାଗୁ କରିବା ସକାଶେ ଦାବି କରି ଆସୁଥିଲେ। ଏଣୁ, ପାରଳା ପୌର ପ୍ରଶାସନ ପକ୍ଷରୁ ସହରରେ ୨୫ ଗୋଟି ସିସିଟିଭି କ୍ୟାମେରା ଖଞ୍ଜା ଯାଇ ଆଦର୍ଶ ଥାନା ପରିସରରେ ତାର ନିୟନ୍ତ୍ରଣ କୋଠରି ସ୍ଥାପନ କରାଯାଇଥିଲା। ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇ ସିସିଟିଭି ଗୁଡିକର କାର୍ଯାରମ୍ଭ କରାଯାଇଛି ।ଗଜପତି ଜିଲ୍ଲା ରିପୋର୍ଟ ମନୋଜ କୁମାର ପାଢୀ ।