ପାରଳାଖେମୁଣ୍ଡିରେ ଘନ କୁହୁଡି

ପାରଳାଖେମୁଣ୍ଡିରେ ଘନ କୁହୁଡି

ପାରଳାଖେମୁଣ୍ଡିରେ ଘନ କୁହୁଡି

ଗଜପତି, ୩୧.୧୨.୨୦୨୫(ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା ଘନ କୁହୁଡି ଯୋଗୁଁ ଭୋର ସକାଳ ସମୟରେ ସାଧାରଣଙ୍କର ଜୀବନ ଯାତ୍ରା ଏକରକମର ବ୍ୟାହାତ ହୋଇପଡୁଛି । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଠାରୁ ଆରମ୍ଭ କରି କାଶୀନଗର ଏନ୍‌ଏସି, ମୋହନା, ଆର୍‌.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣି, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ଗତ କିଛି ଦିନ ହେଲା ଘନ କୁହୁଡି ଦେଖିବାକୁ ମିଳୁଛି ।

ସମଗ୍ର ଅଞ୍ଚଳରେ କୁହୁଡିର ପରିମାଣ ଏତେ ଅଧିକା ରହିଛି ଯେ, ସକାଳ ୯ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାଘାଟ ଠାରୁ ଆରମ୍ଭ କରି କିଛି ଦୃଶ୍ୟମାନ ହେଉନାହିଁ । ଯଦ୍ୱାରାକି ସାଧାରଣଙ୍କ ବିଭିନ୍ନ ଜୀବନଯାତ୍ରା ଏବଂ ବିଭିନ୍ନ ଯାନବହାନ ଚଳାଚଳରେ ବହୁ ଅସୁବିଧା ସୃଷ୍ଟି ହୋଇଛି । ଲୋକେ ଯାନବାହାନର ଲାଇଟକୁ ଲଗାଇ ସକାଳ ସମୟରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ।

ଆଜି ସକାଳ 10 ଘଣ୍ଟା ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହରାଞ୍ଚଳରେ ଘନ କୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ପରିବେଶ ପ୍ରେମୀମାନେ ଏହି କୁହୁଡିକୁ ଅନୁଭୁତ କରିବା ପାଇଁ ବୁଲୁଥିବାର ଦେଖିବାକୁ ମିଳିଛି ।