ପାରଳଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ଦ୍ଵାରା ହାଇଟେକ୍ ପ୍ଲାଜା ପଡିଆ ରେ ମକର ସଂକ୍ରାନ୍ତି ଉତ୍ସବ ଧୁମ ଧାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି:୧୭/୧(ମନୋଜ ପାଢ଼ୀ)ମକର ସଂକ୍ରାନ୍ତି ଓ ପୋଙ୍ଗଲ ବହୁ ଧୁମ ଧାମରେ ହାଇଟେକ୍ ପ୍ଲାଜା ରାମନଗର ଠାରେ ପାଳିତ ହୋଇଯାଇଛି, ଉଭୟ ତେଲୁଗୁ ଓଡିଆ ଭାଷା ଭାଷୀ ଲୋକେ ମିଳିତ ଭାବେ ପାଳନ କରନ୍ତି, ଆଜି ଏହି ଅବସର ରେ ପାରଳାଖେମୁଣ୍ଡି କଳା ସଂସ୍କୃତି ଟ୍ରଷ୍ଟ ଦ୍ଵାରା ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି, ପ୍ରଥମେ ହାଇଟେକ୍ ଗ୍ରୁପ ଅଧକ୍ଷ ଡ:ତିରୁପତି ପାଣିଗ୍ରାହୀ ଓ ପାରଳାଖେମୁଣ୍ଡି ବିଧାୟକ ପ୍ରଦୀପ ଉଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭ ଆରମ୍ଭ କରିଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଓଲିଉଡ ଜଣାଶୁଣା କଣ୍ଠଶିଳ୍ପୀ ,ଅଭିନେତ୍ରୀ ଡ଼: ଅନୁରାଧା ପାଣିଗ୍ରାହୀ, ଅଭିନେତ୍ରୀ ଶୀତଲ ପାତ୍ର । ସେଇଭଳି ଆନ୍ଧ୍ରପ୍ରଦେଶ ରୁ ଆସିଥିବା ନୃତ୍ୟ ପ୍ରଦର୍ଶନ ସହ ଓ ପ୍ରିୟା ମହାପାତ୍ର, କିସର ବେହେରାହେମନ୍ତ ଯାଦବ ଙ୍କ ଗୀତ ରେ ଝୂମିଲେ ଦର୍ଶକ ସେଇଭଳି ଦ୍ୱିତୀୟ ସନ୍ଧ୍ୟା ରେ ତେଲୁଗୁ ହାସ୍ୟ ଅଭିନେତା ଆଲି କୁ ଦେଖିବା ପାଇଁ ଓ ତାଙ୍କ ହାସ୍ୟ ଅଭିନୟ ଦେଖିବାପାଇଁ 6 ହଜାର ରୁ ଉର୍ଦ୍ଧ ଜନଗହଳି ହୋଇଥିଲା, ଏହି କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟନ କଲେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବିଧାୟକ ଏମ.ଗୋବିନ୍ଦ ରାଓ ଅନ୍ଦବାଲସା ବିଧାୟକ କେ.ରବି କୁମାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଗୁଣୁପୁର ବିଧାୟକ ସତ୍ୟଜିତ ଗୋମାଙ୍ଗ,ପାରଳା ବିଧାୟକ ରୁପେଷ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ଥିଲେ ।
