ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ ତରଫରୁ ୧୭ଟି ଦାବୀ ଭିକେ ପାଣ୍ଡିଆନଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଗଲା….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାକ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନୀ ପ୍ରଚାର ଗ୍ରସ୍ତରେ ଆସିଥିବା 5ଟି ଅଧ୍ୟକ୍ଷ ଭିକେପାଣ୍ଡିଆନଙ୍କୁ ପାରମ୍ପରିକ ଲୋକକଳାକାର ମହାସଂଘ ତରଫରୁ ଏକ ସତର ଦଫା ଦାବୀ ସ୍ମାରକ ପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି l ପାରମ୍ପରିକ ଲୋକକଳାକାର ମହାସଂଘ ପତିନିଧିତ୍ୱ ଭାବରେ ରାଜେନ ବାଡ଼ି କଳା ସାଂକୃତିକ ପରିଷଦ, କାକ୍ସାବାଲି, ଗଡଗୁଡା ଦଳ ମୁଖ୍ୟ ତଥା ଗଦଗୁଡା ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ପ୍ରଧାନଙ୍କ ନେତୃତ୍ୱ ରେ କଳାକାରଙ୍କ ସ୍ୱାର୍ଥ ରକ୍ଷା ଉଦେଶ୍ୟରେ ସତର ଦଫାର ଏକ ଦାବୀ ପତ୍ର ପ୍ରଦାନ କରାଯାଇଅଛି l
ଦାବୀ ସମୁହ ଯଥା – ୧.ଓଡ଼ିଶାରେ ଏକ ଲକ୍ଷ କଳାକାରଙ୍କ ପାଇଁ ଭତ୍ତା ମଞ୍ଜୁରୀ କରାଯିବା, ୨.କଳାକାର ଭତ୍ତା ତିନିହଜାର କରିବା, ବିବାହ କ୍ଷେତ୍ରରେ ଝିଅ ମାନଙ୍କୁ ଦୁଇ ଲକ୍ଷ ଟଙ୍କା ସହାୟତା କରିବା, ୩.ଗରିବ କଳାକାର କୁ ଆବାସ ଗୃହ ପ୍ରଦାନ କରିବା, ୪.କଳାକାରଙ୍କ ପୁଅ ଝିଅଙ୍କୁ ଆଦର୍ଶ, ନବୋଦୟ, ଓ କେନ୍ଦ୍ର ବିଦ୍ୟାଳୟ ରେ ଶିକ୍ଷା ଦାନ ପାଇଁ ଅଗ୍ରାଧିକାର ସୁବିଧା ଦେବା, ୫.କଳାକାରଙ୍କ ଉଚ୍ଚ ଶିକ୍ଷିତା ପୁଅ ଝିଅ ଙ୍କୁ ସରକାରୀ ଚାକରି କ୍ଷେତ୍ରରେ ଅଗ୍ରାଧିକାର ସୁବିଧା ଦେବା,୬. ବୀମାସୁବିଧା ପାଞ୍ଚ ଲକ୍ଷ ରୁ ପନ୍ଦର ପର୍ଯ୍ୟନ୍ତ ପ୍ରଦାନ କରିବା, ୭. ସରଞ୍ଜାମ ପାଇଁ ଚାଳିଶି ହଜାର ଟଙ୍କା ପ୍ରତି 1860 ଆକ୍ଟ ଅନୁସାରେ ପଞ୍ଜିକୃତ ଦଳକୁ ସହାୟତା କରିବା ୮.ପ୍ରତି ବ୍ଲକରେ ସଂସ୍କୃତି ଭବନ ନିର୍ମାଣ କରିବା ୯.କଳାକାରଙ୍କ ବାର୍ଷିକ ଦିନ କାମ ଯୋଗାଇବା, ୧୦.ବ୍ଲକ କଳା ସଂସ୍କୃତି ସଂଘ ରେ ପଞ୍ଜିକରଣ ପାଇଁ ଦଳର ଉପ ଵିଧି କିମ୍ବା ବାଇଲା, ଓ ରେଜୁଲେସନକୁ ବାଧ୍ୟତା କରିବା, ଇତ୍ୟାଦି ଦାବୀ ସମେତ, ୧୧.ଟିକାବାଲି କୁ NAC ମାନ୍ୟତା ୧୨. ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆହାର କେନ୍ଦ୍ର ଖୋଲିବା,୧୩. ଆବାସ ଘର ମୂଲ୍ୟ ବୃଦ୍ଧି କରିବା,ଏହିପରି ଦାବୀ ପୂରଣ କରି ଜନ ସାଧାରଙ୍କୁ ଉଚିତ ସେବା ଯୋଗାଇବା ଉଦେଶ୍ୟରେ ମହାସଂଘ ର ପରିଚାଳନା କମିଟି ମୁଖ୍ୟା ବୁଲୁ ଦିଗାଲ, ସଂଗଠନ ସମ୍ପାଦକ ଶ୍ରୀ କୁନା ଦିଗାଲ,ବଳି କହଁର, ପ୍ରେମନ୍ତ କହଁର, ବିଶ୍ଵନାଥ କହଁର, ବାମ ଦିଗାଲ, ସୁପ୍ରିୟା ଦିଗାଲ, ମିନାକ୍ଷୀ ମଲିକ, ପଦ୍ମିନୀ ପ୍ରଧାନ, ସାମିସ୍ତ୍ରୀ ଡିଗାଲ, ଶର୍ମିଲା ପ୍ରଧାନ, ଆରତୀ କହଁର, ବାନାମ୍ବର ମୁଖୀ, ରଞ୍ଜୁ ଡିଗାଲ, ଅଧିଶ୍ୱର ମଲିକ, ଗନ୍ଧିର୍ବ କହଁର, କରିଫୁଲ ନାୟକ, ଗବର୍ଦ୍ଧନ ପ୍ରଧାନ, ବିଷ୍ଣୁ ପ୍ରିୟା ପ୍ରଧାନ, ସଂଜୀବ ଦିଗାଲ, ରମା ପଣ୍ଡା, ସାନୁଜ ବେହେରା, ହେମନ୍ତ ମୁଖୀ ଏହିପରି ବ୍ୟକ୍ତିବୃନ୍ଦ ଙ୍କ ନେତୃତ୍ୱ ରେ ଅନେକ ଥର ଏ ସବୁ ଦାବିର ସଫଳ ଫଳ ପ୍ରଦ ପାଇଁ ଶ୍ରୀ ଯୁକ୍ତ ଭିକେ ପାଣ୍ଡିଆନ,ଓ ଅତ୍ୟୁନ ସବ୍ୟସାଚି ମହୋଦୟ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି l
ଜି ଉଦୟଗିରି ଗସ୍ତ ରେ ଆସିଥିବା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ଏକ ଦାବୀ ପତ୍ର 2/5/2024 ରେ ଅଞ୍ଚଳ ର ବିକାଶ ଓ ଉର୍ନ୍ନତି ମୂଳକ ପାଇଁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଏ ଦାବୀ କେବେ ପୂରଣ ହେବ ଦେଖିବାକୁ ବାକି ରହିଲା l