ପାବୁରିଆରେ ୧୦ ତମ ଜିଲ୍ଲା ସ୍ତରୀୟ ଫୂଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…
ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ଅନ୍ତର୍ଗତ ପାବୁରିଆ ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ୧୦ ତମ ଜିଲ୍ଲାସ୍ତରୀୟ ଫୂଟବଲ ୨୦୨୫ ଟୁର୍ନାମେଣ୍ଟ ଆୟୋଜକ ମା ଭଗବତୀ କ୍ରୀଡ଼ା ଓ ସାଂସ୍କୃତିକ ପରିଷଦ, ପକ୍ଷରୁ ଆୟୋଜିତ ହୋଇଥିଲା । ଫୂଟବଲ ଫାଇନାଲ ମ୍ୟାଚ ଜେଏମ୍ ଏସ୍ ଏଫ୍ ସି , ଲାଇଯୋଡି ବନାମ ବୁଢାଦାନୀ ଏଫ୍ ସି ସି , ଟ୍ରାଇ ବ୍ରେକରରେ ଲାଇଯୋଡି ୪.୨ ରେ ବିଜୟ ଲାଭ କରି ଚାମ୍ପିୟନ ହୋଇଥିଲା । ଏହି ଟୁର୍ଣ୍ଣା ମେଣ୍ଟରେ ମୁଖ୍ୟ ଅତିଥି ରୂପେ ବିଜେପି ଜିଲ୍ଲା ସଭାପତି , ପଣ୍ଡିତ୍ ବିଶିମାଝୀ , ଟିକାବାଲି ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ କହଁର ,ସ୍ଥାନୀୟ ସରପଞ୍ଚ ସଞ୍ଜୟ ନାୟକ, ଯୁବନେତା ଓଡିଶା କଂଗ୍ରେସ ଆଦିବାସୀ ପ୍ରଭକ୍ତା ଶ୍ରୀ ପ୍ରତାପ କୁମାର ପ୍ରଧାନ, ଏ ଆଇ ସି ସି , ଇଣ୍ଟେରିଅର ପ୍ରଭାରୀ ଆନ୍ଧ୍ରପ୍ରଦେଶ , ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅର୍ପନା କହଁର, କମିଟର ସଭାପତି ଗୋପାଳ କୃଷ୍ଣ ନାୟକ, ଉପ ସଭାପତି ଧନେଶ୍ୱର ପ୍ରଧାନ, ସମ୍ପାଦକ ଦିଲୀପ କୁମାର ବେହେରା, ସହ ସମ୍ପାଦକ ଅମୀୟ ରଞ୍ଜନ ବୁର୍ଗୀ କୋଷାଧକ୍ଷ ପ୍ରଣୟ ରଞ୍ଜନ ବୁର୍ଗୀ, ସହ କୋଷାଧ୍ୟକ୍ଷ ଶ୍ରବଣ ପ୍ରଧାନ, ଦେବାଶିଷ ନାୟକ, ଉମେଶ ପ୍ରଧାନ, ପ୍ରକାଶ ଚନ୍ଦ୍ର ନାୟକ,କୁମରମଣି ଦିଗାଳ, ପ୍ରକାଶ ଦେହୁରୀ, ଜ୍ୟୋତିଷ ଚନ୍ଦ୍ର ନୟାକ, ଗଙ୍ଗାଧର ଦେହୁରୀ, ଉଦୟ ନାଥ ନାୟକ,ସାମନ୍ତ ନାୟକ,ଅକ୍ଷୟ କୁମାର ଦେହୁରୀ, ପ୍ରତ୍ୟୁଷ ରଞ୍ଜନ ବୁର୍ଗୀ,ସାଗର ବେହେରା, ଆଶିଷ ରଞ୍ଜନ ବୁର୍ଗୀ, ମାନସ ରଞ୍ଜନ ନାୟକ, ପ୍ରଦୀପ କୁମାର ନାୟକ,ଯଶୋବନ୍ତ ବୁର୍ଗୀ,ଧନୁର୍ଜୟ ପ୍ରଧାନ, ମନୋଜ ଦେହୁରୀ, ଜିତେଶ ଦେହୁରୀ,ଦୁଃଖିଶ୍ୟାମ ପ୍ରଧାନ, ପ୍ରତାପ ପ୍ରଧାନ, ଫିରୋଜ ପ୍ରଧାନ,ସୁନୀଲ ଦଣ୍ଡିଆ, ଶୁଭ୍ରାଂଶୁ ଶେଖର ନାୟକ, ସହଦେବ ବୁର୍ଗୀ, ଶ୍ରବଣ ଦେହୁରୀ, ଭବାନୀ ଶଙ୍କର ବୁର୍ଗୀ, ସମୀର ନାୟକ ସହ ପାବୁରିଆ, ଟିକାବାଲି, ସାରଙ୍ଗଡ଼, ଗୁଟିଙ୍ଗିଆ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଖେଳକୁ ପରିଚାଳନା କରିଥିଲେ ମୁଖ୍ୟ ରେଫ୍ରି କାମାକ୍ଷ ପ୍ରସାଦ ପ୍ରଧାନ, ରଘୁନାଥ କହଁର,ଶଶାଙ୍କ ଶେଖର ପ୍ରଧାନ, ଏବଂ ଅମୀୟ ରଞ୍ଜନ ବୁର୍ଗୀ । ଏବଂ ଶେଷରେ ବିଜୟ ଦଳକୁ ଟ୍ରଫି ସହ ୧୫ ହଜାର ଏକ ଟଙ୍କା ପ୍ରଦାନ କରିଥିବା ବେଳେ ପରାଜୟ ଦଳକୁ ଟ୍ରଫି ସହ ୧୦ ହଜାର ଏକଟଙ୍କା ମୁଖ୍ୟ ଅତିଥି ସହ ଅନ୍ୟ ସମସ୍ତ ସମ୍ମାନୀତ ଅତିଥି ମିଶି ପ୍ରଦାନ କରିଥିଲେ ।

