ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ ।
ଗଜପତି (ମନୋଜ ପାଢ଼ୀ)-:ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ। ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।
ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।
