ପାଣି ପାଇଁ ଡହଳବିକଳ ପାହାଡ଼ିଆ ଅଞ୍ଚଳ ବାସିନ୍ଦା, ଗ୍ରୀଷ୍ମଋତୁ ଆରମ୍ଭରୁ ତରଳା ଗ୍ରାମରେ ପାନୀୟଜଳ ସଙ୍କଟ ଗଜପତି,୧୩.୩(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ତରଳା ଗ୍ରାମରେ ୧୦୦ ରୁ ଉର୍ଦ୍ଧ ପରିବାର ଶହ ଶହ ବର୍ଷ ହେଲା ବସତିସ୍ଥାପନ କରି ଆସୁଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଗାଁ କୁ ଏଯାଏଁ ରାଜସ୍ବ ଗାଁ ର ମାନ୍ୟତା ମିଳିପାରି ନାହିଁ , ଏଠାରୁ ଦଶ କିଲୋମିଟର ଦୂର ଦେବଦଳା ଗ୍ରାମର ପଡା ଗ୍ରାମ ଭାବେ ରହି ଆସିଛି । ରାଜସ୍ବ ଗ୍ରାମ ହୋଇ ନଥିବାରୁ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଫଳରେ ଗାଁ ରେ ଲାଗି ରହିଛି ଉକ୍ତଟ ଜଳ ସମସ୍ୟା, କୌଣସି ମତେ ଅନ୍ୟ ସମୟରେ ଗ୍ରାମରେ ଥିବା ଏକମାତ୍ର ପୁରାତନ କୁଅ ପାଣିରେ ଚଳି ଯାଉଛନ୍ତି କିନ୍ତୁ ଗ୍ରୀଷ୍ମ ଋତୁ ଆସିଲେ ସ୍ଥିତି ଅସମ୍ଭାଳ ହେଉଛି। ପାହାଡରୁ ଆସୁଥିବା ଝରଣା ଜଳ ସୁଖୀ ଯାଉଥିବା ଫଳରେ ଝରଣାରୁ ସଂଯୋଗ କରାଯାଇ ପାଇପ୍ ଯୋଗେ ଆସୁଥିବା ଜଳସ୍ରୋତ ସୁଖି ଯାଉଛି। ଗ୍ରାମର ଏକ ମାତ୍ର କୁଅ ବି ଶୁଖିଲା ପଡ଼ୁଛି। ଫଳରେ ୬୦୦ ରୁ ଉର୍ଦ୍ଧ ଜନସାଧାରଣ ରାତି ପାହିଲେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ପାନୀୟ ଜଳ ସ୍ଥିତି ଏଭଳି ହୋଇଛି ସମସ୍ୟାର ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଙ୍କ ଉଦ୍ୟମରେ ଦୁଇଟି ନଳକୂପ ଖନନ କରାଯାଇଛି କିନ୍ତୁ କୁପରୁ ଆବଶ୍ୟକ ପରିମାଣର ପାଣି ବାହାରୁ ନଥିବାରୁ ତାହା ମଧ୍ୟ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ ତେଣୁ ଖରା ଦିନେ ପାଣି ପାଇଁ ନିକଟସ୍ଥ ଚୁଆଁ ଉପରେ ନିର୍ଭର କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଆଗକୁ କିଭଳି ତୃଷା ମେଣ୍ଟାଇବେ ତାକୁ ନେଇ ଚିନ୍ତାରେ । ପଡା ଗ୍ରାମ ହୋଇ ଥିବାରୁ ମୁଖ୍ୟ ସ୍ରୋତରେ ସାମିଲ ନହୋଇ ପାରି ଏଯାବତ ଏହି ଗାଁ ବୃହତ ପାନୀୟ ଜଳ ପ୍ରକଳ୍ପରେ ସାମିଲ ହୋଇନି। ଘର ଘର ଜଳ ଯୋଜନା କାର୍ଯ୍ୟକାରୀ ହେବ କି ନାହିଁ ତାହା ବି ସନ୍ଦେହରେ। ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବା ନେଇ ଆଶା କରାଯାଇଛି, ତେବେ ସମତଳ ଅଞ୍ଚଳରେ ଏଯାଏଁ ସଫଳ ହୋଇ ପାରିନଥିବା ବେଳେ ପାହାଡିଆ ଅଞ୍ଚଳରେ ଏହି ସୁବିଧା କେବେ ଉପଲବ୍ଧ ହେବ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜିଲ୍ଲାରେ ଯେବେ ଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି, ସେ ସମୟଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ ନାମରେ ସମସ୍ତ ଅନୁଦାନ ବନ୍ଦ ହୋଇଛି, ଫଳରେ ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ସମସ୍ୟା ଦେଖା ଦେଉଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ କେ ତେଜେଶ୍ୱର୍ ରାଓ। ତେବେ ଏନେଇ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରି ତପ୍ତପା ବେହେରାଙ୍କ କହିବା ହେଲା କନିଷ୍ଠ ଯନ୍ତ୍ରୀଙ୍କୁ କ୍ଷେତ୍ର ପରିଦର୍ଶନ କରି ବିକଳ୍ପ ବ୍ୟବସ୍ଥା କରିବା ନିମନ୍ତେ ନିର୍ଦ୍ଧେଶ ଦେଇ ସୌର ଚାଳିତ ପାନୀୟଜଳ ପ୍ରକଳ୍ପ ସ୍ଥାପନ ପାଇଁ ପଦକ୍ଷେପ ନେବେ ।
