ପାଇପ ମିଟର ଚୋରି ଅଭିଯୋଗ
ଗଜପତି, ୨୬.୧୨.୨୦୨୫(ମନୋଜ ପାଢ଼ୀ)- ପାରଳା ସହର କରଣସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଦିଆଯାଇଥିବା ପାଇପ୍ ପାଣି ମିଟରଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରାଇ ନେଇଥିବା ଦୃଷ୍ଟିକୁ ଆସିଛି। ୧୫ରୁ ଊର୍ଦ୍ଧ୍ବ ପାଣି ପାଇପ୍ ମିଟର ଚୋରି ହୋଇଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ସୂଚନା ପାଇବା ପରେ ଆଜି ପାଇପ୍ରେ ମିଟରଗୁଡ଼ିକୁ ପୁନଃସଂଯୋଗ କରାଯାଇଛି। କୌଣସି ଏତଲା ଥାନାରେ ଲିଖିତ ଭାବେ ଦିଆଯାଇ ନାହିଁ। ବିଭାଗୀୟ ଯନ୍ତ୍ରୀ ବିଷ୍ଣୁଚରଣ ଅଗ୍ରୱାଲଙ୍କୁ ପଚାରିବାରୁ ସେ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ ହୋଇଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି। ତେବେ, କେବଳ ମିଟରଗୁଡ଼ିକୁ କାହିଁକି ଦୁର୍ବୃତ୍ତମାନେ ଚୋରାଇ ନେଇଛନ୍ତି ଏବଂ କେଉଁ ଉଦ୍ଦେଶ୍ୟରେ ଏହା କାମ ଦେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
