ପଦ୍ମପୁର ବ୍ଲକ, କୋଳନରା ବ୍ଲକ ଓ ଗୁଣୁପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ପାଳିତ
ରାୟଗଡ( info media)ବିଜୁ ଜନତା ଦଳ ପଦ୍ମପୁର ବ୍ଲକ୍ ସଭାପତି କରୁଣାକର ଶବରଙ୍କ ନେତୃତ୍ବରେ ପଦ୍ମପୁର ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ପ୍ରଥମେ ଗାୟତ୍ରୀ ମନ୍ଦିର ଠାରେ ବିଜୁ ବାବୁ ଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ପରେ ପରେ ପଦ୍ମପୁର ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କେନ୍ଦ୍ର ଯାଇ ଚିକିତ୍ସାଧୂନ ରୋଗୀଙ୍କୁ ଫଳ, କଦଳୀ, ବ୍ରେଡ୍, ପ୍ରୁଟି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁ, ଦେବେନ୍ଦ୍ର ପାଢ଼ୀ, ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଗୋଦାବରୀ ରାଉତ, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ହୁରୁଚୁଲା ମାଝୀ, ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ, ଜ଼ିଲ୍ଲା ପରିଷଦ ସଭ୍ୟା ଡରଗିନ୍ ଶବର, ପଦ୍ମପୁର ବ୍ଲକ୍ ଉପାଧ୍ୟକ୍ଷ ରମେଶ ସାହୁ, ପଦ୍ମପୁର ବ୍ଲକ୍ ବିଜୁ ଯୁବ ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ଦଳେଇ, ଯୁବ ନେତା ସନ୍ତୋଷ ପାଣିଗ୍ରାହୀ, ବିଜୁ ମହିଳା ଜନତା ଦଳ ନେତ୍ରୀ ଶ୍ରୀମତୀ ସୁପ୍ରିୟା ରାଉତଙ୍କ ସମେତ ସମସ୍ତ ପଞ୍ଚାୟତ ବିଜୁ ଜନତା କର୍ମକର୍ତା ଉପସ୍ଥିତ ରହିଥିଲେ lବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର କୋଳନରା ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଥମେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କ ଫୋଟ ଚିତ୍ର ରେ ପୁଷ୍ପାମାଲ୍ୟ ଅର୍ପଣ କରିବା ସହିତ କୋଲନରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ଲକ୍ଷ୍ମଣ ପେଦେଣ୍ଟି ଙ୍କ ନେତୃତ୍ୱରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ମୂଳ, ବିସ୍କୁଟ ଏବଂ ବ୍ରେଡ ବଣ୍ଟନ କରିବା ସହ ରୋଗୀଙ୍କୁ ଆରୋଗ୍ୟ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା କୁଳିଶିକା , ଜିଲ୍ଲାପରିଷଦ ସଦସ୍ୟ ତଥା ଜ଼ିଲ୍ଲା ବିଜେଡି ଉପସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ , ଆଗୁଲୁ ପାତ୍ର,ବରିଷ୍ଠ ବିଜେଡି କର୍ମୀ ଜଗନ୍ନାଥ ଦୋରା, ସମେତ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ସମିତି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଗୁଣୁପୁର ବିଜୁ ଜନତାଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ନୂତନ ବସ୍ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ନିକଟରେ ପ୍ରତିମୂର୍ତ୍ତି ପୁଷ୍ପମାଲ୍ଯ ଅର୍ପଣ କରି ବିଜୁ କର୍ମୀ ଓ ବିଜୁ ପ୍ରେମୀ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଗୁଣୁପୁରର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଉପସ୍ଥି ସ୍ଥିତ ନେତାମାନେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ସ୍ମୃତିକୁ ସ୍ମରଣକରି ବିଜୁ ବାବୁଙ୍କ ଆଦର୍ଶ ଓ ଜୀବନ କାହାଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ଗୁଣୁପୁର ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅଶ୍ୱିନୀ ଗମାଙ୍ଗ, ପୌରପରିଷଦ କାଉନ୍ସିଲର ଦେବୀ ଆଚାର୍ଯ୍ୟ, ନଗର ସଭାପତି ସାନ ବାଉରୀ, ମୁନା ପାଣି, ବିଜେଡି ନେତା ରାମ ପଣ୍ଡା, ବିଜୁ ଛାତ୍ର ଜନତାଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପଣ୍ଡା, କାଉନ୍ସିଲର ଭାଗୀରଥୀ ବିଶୋଇ, ଶିବ ପାଢ଼ୀ, ବରିଷ୍ଠ ଆଇନଜୀବୀ ରାଜୁ ସାହୁ, ଜିଲ୍ଲା ସମ୍ପାଦକ ଏସ୍. ବାବା ପ୍ରସାଦ, ପୂର୍ବତନ କାଉନ୍ସିଲର ପୁଣ୍ଣ ବାଉରୀ,ଜିତ୍ର ପଣ୍ଡା, ନିରଞ୍ଜନ ଦାସ ଓ ଆଇନଜୀବୀ ସୁରଜ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
