ପଦ୍ମପୁର ଠାରେ ବିଜେଡି ର ବନ୍ଧୁମିଳନ ସହିତ ବିଜେଡି ର ନବ ନିଯୁକ୍ତ ରାଜ୍ୟ ଓ ଜ଼ିଲ୍ଲା କର୍ମକର୍ତା ଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ(info media) ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଡାକରା କ୍ରମେ ଆଜି ରାୟଗଡ ଜ଼ିଲ୍ଲା ପଦ୍ମପୁର ବ୍ଲକ ର ମୁଚିକିପଦର ଛକ ନିକଟରେ ଜାତୀୟ ରାଜପଥ 326 କଡ଼ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାୟଗଡ ଜ଼ିଲ୍ଲା ର ତିନି ଗୋଟି ନିର୍ବାଚନ ମଣ୍ଡଳୀ ରୁ ବହୁ ସଂଖ୍ୟକ ବିଜେଡି ପ୍ରେମୀ ମାନେ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପଡିଆ ଠାରେ ଏକତ୍ରିତ ହୋଇଥିଲେ l ପରେ ପରେ ବିଜେଡି ର ବିଭିନ୍ନ ସଂଗଠନ ର କର୍ମକର୍ତା ଙ୍କ ସହିତ ବିଜେଡି ର ରାଜ୍ୟ ଓ ଜ଼ିଲ୍ଲା ର ବିଭିନ୍ନ ସଂଗଠନ ର ପଦାଧିକାରୀ ମାନେ ଏକ ବିରାଟ ବାଇକ ରାଲିରେ ଏହି ପଡିଆ ଠାରୁ ବାହାରି ମୁଚିକି୍ପଦର ଛକ, ଜଗମୋଣ୍ଡା, ପଦ୍ମପୁର ସହର ର ମୁଖ୍ୟ ରାସ୍ତା, ଖିଲାମୁଣ୍ଡା ଛକ, ଇନ୍ଦିପୁର ରାସ୍ତା ଦେଇ ବନ୍ଧୁମିଳନ ପଡିଆ ଠାରେ ପହଁଞ୍ଚଥିଲେ l ଏହି ବାଇକ ରାଲି ସମୟରେ ଏକ 9 ଧପା ସମ୍ବଳିତ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଉଦେଶ୍ୟ ରେ ପଦ୍ମପୁର ଗୋଷ୍ଠି ଉନୟନ ଅଧିକାରୀ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଦେଇଥିଲେ l ଉକ୍ତ ଦାବିପତ୍ର ରେ ମେଗା ପାନୀୟ ଜଳ ପ୍ରକଳ୍ପ କୁ ଖୁବ ଶୀଘ୍ର କାର୍ଯ୍ୟକ୍ଷମ କରିବା, ପଦ୍ମପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା,ବସ୍ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ,ମିନି ଓ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ, ନିର୍ବାଚିତ ପଂଚାୟତ ପ୍ରତନିଧି ଙ୍କୁ ସାମ୍ବିଧାନିକ ଅଧିକାର ସୁରକ୍ଷା,ବଡ଼ନାଳ ଜଳସେଚନ ପ୍ରକଳ୍ପ ର ପୁନଃରୁଦ୍ଧାର,ପଦ୍ମପୁର କୁ ରାଜ୍ୟ ପର୍ୟ୍ୟଟନ ରେ ସର୍କିଟ କରିବା, ମଣ୍ଡି ଓ ଧାନ ସମଷ୍ୟା ର ସମାଧାନ ସହିତ 2026 ନିମନ୍ତେ ରବି ଧାନ ସଂଗ୍ରହ ପଞ୍ଜିକରଣ ଆରମ୍ଭ ନିମନ୍ତେ ଦାବି ପତ୍ର ରେ ଉଲେଖ ଥିବାର ଜଣାପଡିଛ l. ଏହି ରାଲି ସମୟରେ ଜ଼ିଲ୍ଲା ବିଜେଡି ସଭାପତି ସାରକା ବିଭିନ୍ନ ଛକ ସ୍ଥାନ ରେ ସରକାର ଙ୍କ ଇ ବିଭିନ୍ନ ବିଫଳତା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ l ପରେ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମ ପଡିଆ ଠାରେ ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେଡି ରେ ନବ ନିଯୁକ୍ତ ରାଜ୍ୟ ଓ ଜ଼ିଲ୍ଲା ର ବିଭିନ୍ନ କର୍ମକର୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଜ଼ିଲ୍ଲା ସଭାପତି ସାରକା ଙ୍କ ଡାକରା କ୍ରମେ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ଜ଼ିଲ୍ଲା ଉପ ସଭାପତି ଇପିଲି ଧବଳେଶ୍ୱର ନାଇଡ଼ୁ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ, ଦେବାଶିଷ ଖାଡ଼ଙ୍ଗା,ଗୁଣୁପୁର ପୂର୍ବତନ ବିଧାୟକରଘୁନାଥ ଗୋମାଙ୍ଗ ଜ଼ିଲ୍ଲା ୟୁବ ବିଜେଡି ସଭାପତି ଧୀରୁ ପାଣିଗ୍ରାହୀ, ଜ଼ିଲ୍ଲା ଛାତ୍ର ଜନତା ସଭାପତି ଉଦୟ ହିମିରିକା, ଜ଼ିଲ୍ଲା ମହିଳା ସଭାପତି ଅନୁସୟା ମାଝୀ, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ସରସ୍ବତୀ ମାଝୀ, ରାଜ୍ୟ ବିଜେଡି ମହିଳା ସମ୍ପାଦିକା ସୁଜାତା ମାଣ୍ଡାଙ୍ଗୀ, ରଜନୀ ମାଣ୍ଡାଙ୍ଗୀ,, ଜ଼ିଲ୍ଲା ଉପ ସଭାପତି ଗୋଦାବରୀ ରାଉତ, ବିଷ୍ଣୁ ପଣ୍ଡା, ପୋନ୍ତୁରୁ ମାନିରାତନମ,ମୁନିଗୁଡା ବ୍ଲକ ସଭାପତି ରତ୍ନ ଲାଲ ଜୈନ, ପୂର୍ଣ୍ଣ ଗୌଡ଼ ଙ୍କୁ ସମତେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ lରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
