ପଦ୍ମପୁରର ଐତିହାସିକ ଦୋଳଯାତ୍ରା ରେ ପ୍ରତଦିନ ସନ୍ଧ୍ୟା ରେ ପ୍ରବଳ ଜନସାମାଗମ ଦେଖିବାକୁ ମିଳେ
ରାୟଗଡ(info media) ରାୟଗଡ ଜ଼ିଲ୍ଲା ର ପଦ୍ମପୁର ଠାରେ ପୁରାତନ ଐତିହାସିକ ଦୋଳଯାତ୍ରା ଗତ ଫଗୁଦଶମୀ ଠାରୁ ପଦ୍ମପୁର ସ୍ଥିତ ଶ୍ରୀ ଯୁଗୋଳ କିଶୋର ମହାପ୍ରଭୁଙ୍କ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କୁ ବିଭିନ୍ନ ବେଶଭୂଷାରେ ସଜ୍ଜିତ କରାଯାଉଥିବା ବେଳେ ପ୍ରତ୍ୟେକ ଦିନ ଢାମ୍ପ, ଚାଙ୍ଗୁ ଶଙ୍ଖ, ମହୁରୀ ସହ ମୃଦଙ୍ଗ, କାହାଳି ସହ ଗୌଡ ସେବକମାନେ ମହାପ୍ରଭୁଙ୍କୁ ସୁସଜ୍ଜିତ ବିମାନରେ ବସାଇ ଆଲଟ ଚାମର, ଛତ୍ର, ସେବାପୂବକ ଡିଜ ବାଜାର ତଳେ ତାଳେ ଯୁଗୋଳ କିଶୋର ମହାପ୍ରଭୁ ସହର ପରିକ୍ରମା କରିଥାନ୍ତି। ହୋଲିକା ଦହନ ପରେ ପ୍ରଭୁ ମନ୍ଦିରକୁ ପ୍ରାତଃରେ ବିଜେ କରିବେ। ତେବେ ଏ ବର୍ଷ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବା ଯୋଗୁଁ ଖୁବ୍ ଭୋରରୁ ଠାକୁର ମାନଙ୍କ ମନ୍ଦିର ମାର୍ଜନା କରାଯାଇ ସକାଳ ସୁଦ୍ଧା ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା lଅପରାହ୍ନ ୬. ୫୦ଟା ପରେ ଠାକୁରମାନଙ୍କୁ ମହାସ୍ନାନ ପରେ ପୂଜାର୍ଚ୍ଚନା କରି ଦୋଳିରେବିଜେ କରାଯାଇଥିଲା । ଦୋଳପୂର୍ଣ୍ଣିମା ଦିନ ଠାରୁ ୩ଦିନ ବ୍ୟାପି ପୌରାଣିକ ରାଧାପ୍ରେମଲୀଳା ଓ ଆଉ ୫ଦିନ ପ୍ରହାଲାଦ୍ନା ନାଟକ ନୃତ୍ୟ ପରିବେଷଣ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ବଂଶ ଧରି ପାଣିଗ୍ରାହୀ ସୂଚନା ଦେଇଛନ୍ତି ସେ ପୁଣି କହିଛନ୍ତି ଯେ ଏହି ଦୋଳଯାତ୍ରା ଠାକୁରଙ୍କ ମନ୍ଦିର ଅର୍ଥରେ କରାଯିବା ସହ କୌଣସି ଖେଳଟଙ୍କା କିମ୍ବା ଚାନ୍ଦା ଟଙ୍କାରେ ଠାକୁର ମାନଙ୍କ ଯାତ୍ରା କରାଯାଏନାହିଁ ବୋଲି ସେ କହିଛନ୍ତି । ମଦ, ଜୁଆ ଓ ଆମିଷ ପ୍ରଭୃତି ଏହି ଯାତ୍ରାରେ ସମ୍ପୂର୍ଣ ବାରଣ ବୋଲି ସେ କହିଛନ୍ତି। ତେବେ ଯାତ୍ରାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ଦୋକାନ ବଜାର ସହ ସୁଦୃଶ୍ୟ ଆଲୋକ ମାଳା ସହ ମିନା ବଜାର ଓ ରାମଦୋଳି ଲାଗିଛି। ସେହିପରି ପଦ୍ମପୁରର ଅନ୍ୟ ମଠ ଗୁଡିକମଧ୍ୟରେ ଗୀରିଧାରୀ ମଠ, ଗୋପୀନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିରରେ ମଧ୍ୟ ବିଭିନ୍ନ ନୀତି କାନ୍ତି ମଧ୍ଯରେ ଠାକୁରଙ୍କ ଦୋଳଯାତ୍ରା ଅନୁଷ୍ଠିତ ହେଉଛି। ତେବେ ହୋଲି ଦିନ ଯୁଗୋଳ କିଶୋର ମହାପ୍ରଭୁଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିଲେ ହଁ ସବୁ ସ୍ଥାନରେ ଫଗୁ ଖେଳ ଆରମ୍ଭ କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଏହି ମନ୍ଦିର ତରଫରୁ କେବଳ ଫଗୁ ଓ ପ୍ରାକୃତିକ ରଙ୍ଗରେ ହିଁ ହୋଲି ଖେଳ ହୋଇଥାଏ, କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଇନଥାଏ । ଏହି ଯାତ୍ରା ଆରମ୍ଭ ହେଲେ ଗ୍ରାମବାସୀ ପରମ୍ପରା ଅନୁଯାୟୀ ନିଜ ଝିଅ କ୍ୱାଇଁଙ୍କ ସହିତ ବନ୍ଧୁବାନ୍ଧବ ଙ୍କୁ ନିମନ୍ତ୍ରଣ କରି ଥାନ୍ତି। ଏହି ଏହି ଦିନ ରେ ପଦ୍ମପୁର ସହର ର ସମସ୍ତେଙ୍କ ଘରେ ଘରେ ପିଠାପଣା ଓ ଖୁସିର ମାହୋଲ୍ ଦେଖୁବାକୁ ମିଳିଥାଏ । ଏହି ଯାତ୍ରାରେ ବ୍ୟବସାୟୀ ଖୁବ୍ ଦୁଇ ପଇସା ରୋଜଗାର କରିଥାନ୍ତି ବୋଲି ବିଭିନ୍ନ ଦୂରଦୂରାନ୍ତରୁ ଆସିଥାନ୍ତି। ଏହି ସମୟରେ ପଦ୍ମପୁର ପୋଲିସ ତରଫରୁ ଆଇଆଇସି ଧରଣୀଧର ପ୍ରଧାନଙ୍କ ଦ୍ବାରା ବ୍ୟାପକ ପୁଲିସ ଟ୍ରାଫିକ୍ ସହ ଶୃଙ୍ଖଳା ରକ୍ଷା ସକାଶେ ମୁତୟନ ଯାଇଥିବା ଦେଖିବାକୁ ମିଳିଛି ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
