ପଞ୍ଚାୟତ ନିର୍ବାଚନ ବିଗୁଲ ର ଆଭାସ ପୂର୍ବରୁ ବିଷମକଟକ ବ୍ଲକ ର୍ହୁ ସମିତି ଓ ସରପଞ୍ଚ ଙ୍କ ବିଜେପି ରେ ଯୋଗଦାନ
ରାୟଗଡ଼ (ଅମୁଲ୍ୟ ନିଶଙ୍କ ) ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିବା ପରେ ଆକ୍ସନ ମୁଡ୍ରେ ଜିଲାରେ ମୈଦାନକୁ ଓହ୍ଲାଇଛି ଭାଜପା। ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଶନିବାର ଭୁବନେଶ୍ବର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ। ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଜିଲ୍ଲା ସାଧାରଣ ସମ୍ପାଦକ ଭିକାରୀ ନାହାକଙ୍କ ନେତୃତ୍ବରେ ବିଷମକଟକ ପଞ୍ଚାୟତ ସମିତିର ୭ ସମିତି ସଭ୍ୟ ଓ ୨ ସରପଞ୍ଚ ଶନିବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦଳରେ ବିଧୁବଦ୍ଧ ଭାବେ ମିଶିଛନ୍ତି। ବିଭିନ୍ନ ପଞ୍ଚାୟତରୁ ୩୦ରୁ ଉର୍ଦୁ ଆଗଧାଡ଼ିର ନେତା ଭାଜପାରେ ଯୋଗଦେଇଛନ୍ତି।
ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନିର୍ବାଚିତ ପ୍ରତିନିଧୁ ଓ କର୍ମୀମାନଙ୍କୁ ଉତ୍ତରୀୟ ଦେଇ ଦଳରେ ସ୍ବାଗତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ସମିତି ସଭ୍ୟ ହେଲେ କାଙ୍କୁବାଡ଼ି ପଞ୍ଚାୟତର ଅକ୍ଷୟ କୁମାର ହିକ୍କା, ହାଟମୁନିଗୁଡ଼ାର ଦୁର୍ଯ୍ୟଧନ ପିରିବାକା, ଡୁମୁରିନେଲିର ବୋଇଦ ଭର୍ଲାକା, ହଜାରିଡ଼ାଙ୍ଗର ସୁକାନ୍ତ ବେନିଆ, ଭାଇଆକୁଜିର କରୁଣାକର ସୁନା, ସାହାଡ଼ାର ଜୟନ୍ତି କଲକା ଏବଂ କୁଲିର ତେଲାଡ଼ି ହୁଇକା। ସେହିଭଳି ସପପଞ୍ଚ ହେଲେ ହାଟମୁନିଗୁଡ଼ାର ନାରାୟଣ ହୁଇକା ଓ ସାହାଡ଼ାର ଚନ୍ଦ୍ର କୁମୁରୁକା ।୨୦୨୪ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବର୍ତ୍ତମାନ ୩ ବିଧାନସଭା ଆସନ ବିଷମକଟକ, ରାୟଗଡ଼ା ଓ ଗୁଣପୁର ବିଜେଡି ହାତରୁ ଛଡ଼ାଇ ନେଇ ପୁନଶ୍ଚ କଂଗ୍ରେସ ଏହାକୁ ଦଖଲ କରିଥିଲା। ବିଷମକଟକ ବିଧାୟକ ନୀଳମାଧବ ହିକ୍କା ଓ ବିଜେଡିର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ନିର୍ବାଚନମଣ୍ଡଳୀର ସଦର ପଞ୍ଚାୟତରୁ ଏହିଭଳି କର୍ମୀମାନେ ବିଜେଡି ଓ କଂଗ୍ରେସଛାଡ଼ି ଭାଜପାରେ ମିଶିବା ରାଜନୀତି ମହଲରେ ହଇଚଇ ସୃଷ୍ଟି କରିଛି।
ପୂର୍ବରୁ ରାୟଗଡ଼ା ଜିଲାରେ ବିଜେଡି ଓ କଂଗ୍ରେସ ଜିଲା ପରିଷଦ ସମେତ ବିଭିନ୍ନ ପଞ୍ଚାୟତ ସମିତି ଦଖଲ କରିଥିବାବେଳେ ଭାଜପା ଜିଲାରେ ନୈରାଶ୍ୟଜନକ ରହିଥିଲା। ତେବେ ଭାଜପା ବରିଷ୍ଠ ନେତା ତଥା ପୂର୍ବଜନ ଜିଲା ସଭାପତି ଶିବଶଙ୍କର ଉଲାକାଙ୍କ କାର୍ଯ୍ୟକାଳ ସମୟରେ ଭାଜପା ୪ଟି ଜିଲା ପରିଷଦ ଦଖଲ କରିଥିଲା। ତେବେ ଏହାପରେ ଗୋଟିଏ ମଧ୍ଯ ଜିଲା ପରିଷଦ ଭାଜପା ହାତେଇବାରେ ସକ୍ଷମ ହୋଇନଥିଲା। ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର ଗଠନ ପରେ ଜିଲାର ବହୁ ବିଜେଡ଼ି ଓ କଂଗ୍ରେସ ସମତ ନିର୍ବାଚିତ ପ୍ରତିନିଧ୍ୟ ଓ ଆଗଧାଡ଼ିର କର୍ମୀ ଦଳ ଛାଡ଼ି ଭାଜପାରେ ଯୋଗଦେଉଥୁବା ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜପାକୁ ସୁହାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
