ପଞ୍ଚଶାସନୀ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ପଞ୍ଚଶାସନୀ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ପଞ୍ଚଶାସନୀ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଳକ୍ ଅନ୍ତର୍ଗତ ଭୁତଲଡୁ ଗ୍ରାମରେ ଓଡ଼ିଶା , ଛତିଶଗଡ଼ ଓ ଝାଡ଼ଖଣ୍ଡ ପଞ୍ଚଶାସନୀ ବ୍ରାହ୍ମଣ ସମାଜର ୨୯ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଡା: ଘନଶ୍ୟାମ ନାଥ, ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗଦାନ କରିଥିଲେ। ବାର୍ଷିକ ଅଧିବେଶନ ପାଳନ ଅବ୍ୟବହିତ ପୂର୍ବରୁ ପ୍ରଥମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ସମାଜର ସ୍ଥାୟୀ ସଭାପତି ତଥା ଗୋପାଳଜୀ ମଠର ମହନ୍ତ ହୃଷିକେଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର କର, ସାଧାରଣ ସମ୍ପାଦକ ହୃଷିକେଶ ବେହେରା, ଲକ୍ଷ୍ମୀନାରାୟଣ ଦାଶ, ସୁଶିଲ କୁମାର ଦାଶ, ଆଦିକନ୍ଦ ଧର, କୃଷ୍ଣଚନ୍ଦ୍ର ଧର , ସାହିତ୍ୟିକ ଓ ନାଟ୍ୟକାର ଡ: ଶ୍ୟାମସୁନ୍ଦର ଧର ମଞ୍ଚାସୀନ ଥିଲେ। ମଞ୍ଚାସୀନ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପରେ ସଂଯୋଜକ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ସମାଜର ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ କାମିନୀ ମୋହନ ଶର୍ମା ବାର୍ଷିକ ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହାଇସ୍କୁଲ ଓ କଲେଜ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା 13 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଶା ସଙ୍ଗୀତ ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ ଡ: ଶ୍ୟାମସୁନ୍ଦର ଧରଙ୍କୁ ବିଶେଷ ଭାଵେ ସମ୍ମାନିତ କରାଯାଇଥିଲା। ପଞ୍ଚଶାସନୀ ବ୍ରାହ୍ମଣ ସମାଜର ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ମେଧାବୀ ଛାତ୍ରଛାତ୍ରୀ, ଅସହାୟ ବିଧବା ମହିଳା ଓ ନିଃସହାୟ ଝିଅଙ୍କ ବିବାହ ପାଇଁ ଏକ ସହାୟତା ପାଣ୍ଠିର ଶୁଭାରମ୍ଭ କରାଗଲା। ସମାଜ ସଂସ୍କାର ଓ ବ୍ରାହ୍ମଣ ସମାଜର ଉନ୍ନତି ନିମନ୍ତେ ଇଂ ପ୍ରଦୀପ୍ତ କୁମାର ନାଥ,ସାସ୍ଵତ ପଣ୍ଡା, ପଙ୍କଜିନୀ ନାୟକ, ଡ଼: ଅଜିତ ନାଥ, ତୃଷ୍ଣାମୟୀ ନାଥ, ସୁଧାକର ନାଥ, ପ୍ରଶାନ୍ତ ପଣ୍ଡା ତଥା ଅନ୍ୟ ବକ୍ତାମାନେ ମତବ୍ୟକ୍ତ ପ୍ରଦାନ କରିଥିଲେ। ଦ୍ଵିଵାର୍ଷିକ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ପ୍ରସନ୍ନ କୁମାର କର, କାର୍ଯ୍ୟକାରୀ ସଭାପତି, ବାଳକୃଷ୍ଣ ବିଶ୍ଵାଳ ଓ ସରୋଜ ଧର ଉପ ସଭାପତି, ହୃଷିକେଶ ବେହେରା, ସାଧାରଣ ସମ୍ପାଦକ, ସୁଶିଲ କୁମାର ନାୟକ ଓ ନିଶିକାନ୍ତ ବିଶ୍ବାଳ ସହ ସମ୍ପାଦକ ଓ କାମିନୀ ମୋହନ ଶର୍ମାଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଥିଲା। ବାର୍ଷିକ ଅଧିବେଶନର ସଂଯୋଜକ ପାଣ୍ଡବ ଧର ଓ ପ୍ରଦୀପ ଧର ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କର ଧନ୍ୟଵାଦ ଅର୍ପଣ କରିଥିଲେ।