ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳିତ ।

ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳିତ ।

ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳିତ ।

ରାୟଗଡ ( info media): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ଏପ୍ରିଲ ୪ ତାରିଖରେ ଆଡମ୍ବରପୂର୍ଣ୍ଣ ଭାବେ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳନ ହୋଇଛି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ନେହେରୁପାଙ୍ଗା ଆଶ୍ରମ ବିଦ୍ୟାଳୟରେ ମଧ୍ଯ ଏହି କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜୁ ପାଲ ଙ୍କ ସଭାପତିତ୍ବ କରିଥିବା ବେଳେ ସରପଞ୍ଚ ବୁଡୁବାଲି, ଶ୍ରୀ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ବିଶ୍ୱନାଥ ପ୍ରଟିଙ୍ଗା ଙ୍କ ଉପସ୍ଥିତି ରେ ଛାତ୍ର ଛାତ୍ରୀ ଖାଡ଼ି ଛୁଆଁ କାର୍ଯ୍ୟକ୍ରମ ଆରମ୍ବ କରିବା ସହିତ ନୁଆଁ ରେ ଖାଡ଼ି ଛୁଆଁଇ ଥିବା ଛାତ୍ର ଛାତ୍ରୀ ଙ୍କୁ ମାନଙ୍କୁ ପୁସ୍ତକ ସହିତ ସ୍କୁଲ ବ୍ୟାଗ ବଣ୍ଟନ କରିଥିଲେ । ସୂଚନାନୁସାରେ, ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ, ସେମାନେ ଶିଶୁ ବାଟିକା ରେ ନାମ ଲେଖାଇ ପାରିବେ । ସେହିପରି ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଭର୍ଭି ପାଇଁ ଯୋଗ୍ୟ ହେବେ । ଏହି ବିଦ୍ୟାଳୟରେ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମ ଲେଖାଇଛନ୍ତି ୲ ଆଜିର ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ