ନେରେଡି ବ୍ୟାରେଜ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ୍ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ପରେ ଗଜପତିରେ ଅସନ୍ତୋଷ।

ନେରେଡି ବ୍ୟାରେଜ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ୍ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ପରେ ଗଜପତିରେ ଅସନ୍ତୋଷ।

ନେରେଡି ବ୍ୟାରେଜ୍‌କୁ ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍ ସିଗ୍‌ନାଲ୍ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍ ପରେ ଗଜପତିରେ ଅସନ୍ତୋଷ।

ଗଜପତି,୪.୪(ମନୋଜ ପାଢ଼ୀ)-: ବଂଶଧାରାଦେଶର ସପକ୍ଷରେ ନଦୀ ଉପରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡ଼ା ଫେଜ-୨ନେରେଡ଼ି ବ୍ୟାରେଜ୍‌କୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ଯରେ ୩ ଦଶନ୍ଧି ଧରି ବିବାଦ ଲାଗି ରହିଥ୍‌ଲା । ବର୍ତ୍ତମାନ ସର୍ବୋଚ୍ଚ ନ୍ଯାୟାଳୟ ଆନ୍ଧ୍ର ସପକ୍ଷୟରେ ରାୟ ଶୁଣାଇଥିବା ନେଇ ପଡୋଶୀ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ସାଂସଦ ରାମ ମୋହନ ନାଇଡୁ ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ିଥିବା ବେଳେ ଏହା ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଯାହାକୁ ନେଇ ଗଜପତି ଜିଲ୍ଲାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ରାଜନୈତିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି | ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥ‌ିବା ବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ୍ ଟିମ୍ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଯାଇଛନ୍ତି । ତେବେ ଓଡ଼ିଶା ସରକାରଙ୍କ ତରଫରୁ ଚୁକ୍ତି ଦିଆଯାଇଥିଲା ଯଦି ଆନ୍ଧ୍ରର କାଟ୍ରାଗଡ଼ା ନିକଟ ନେରେଡି ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବ୍‌ ଡିଭିଜନ ସହ କାଶୀନଗର ବ୍ଲକର ୭ ଗୋଟି ଗ୍ରାମ ସମ୍ପୂର୍ଣ ରୂପେ ବିସ୍ଥାପିତ ହେବ | ସେପଟେ ତଳି ଅଞ୍ଚଳରେ ଥିବା କାଶୀନଗର ବ୍ଲକ ସଦରମହକୁମା ଓଆଖପାଖ ସମସ୍ତ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ଅଭାବ ଦେଖାଯିବ। ଏଭଳିସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଏବଂ ଏହି ରାୟକୁ ନେଇ କେନ୍ଦ୍ର ସରକାରଙ୍କ ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ରାମମୋ ମୋହନ ନାଇଡୁଙ୍କ ସୋସିଆଲ୍ ମିଡିଆରେ ଆସିଥ‌ିବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। । ସ୍ଥାନୀୟ ଅଞ୍ଚଳ ରେ ବର୍ତ୍ତମାନ ଏଭଳି ଭିଡିଓକୁ ନେଇ ଜୋରସୋରରେ ଚର୍ଚ୍ଚା ଓ ଅସନ୍ତୋଷ ଆରମ୍ଭ ହେଲାଣି।ତେବେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ଭିଡିଓ ପ୍ରକାରେ, ବର୍ତ୍ତମାନ ସୁପ୍ରିମକୋର୍ଟ କାଟ୍ରାଗଡ଼ା ଫେଜ-୨ ବ୍ୟାରେଜ ନିର୍ମାଣ ଉପରେ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ଯ ଗ୍ରୀନ ସଗ୍‌ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି। ବ୍ୟାରେଜରେ ସଂଗୃହୀତ ହେବାକୁ ଥ‌ିବା । ୧୧୫ ଟିଏମ୍‌ସି ଜଳକୁ ୫୦ ପ୍ରତିଶତ ଜଳ ଆନ୍ଧ୍ର ବ୍ୟବହାର କରିବ ଓ ୫୦ ପ୍ରତିଶତ ଜଳ ଓଡ଼ିଶା ବିନିଯୋଗ ହେବ | ଏଭଳି ରାୟ ସାମାଜିକ ଗଣମାଧ୍ଯମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ସ୍ଥାନୀୟ ଜଳ ସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇନାହିଁ।