ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଜୟନ୍ତୀ, ସରସ୍ବତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର, ସମର୍ପଣ ଦିବସ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଦୁଇ ବୀରପୁତ୍ର ୨୧୭ତମ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ,୧୨୯ତମ ନେତାଜୀ ଜୟନ୍ତୀ,ସରସ୍ବତୀପୂଜା, ସମର୍ପଣ ଦିବସ,ବିଦ୍ୟାରମ୍ଭ ସଂସ୍କାର ଇତ୍ୟାଦି ପାଳିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବିକ୍ରମ ପ୍ରଧାନ (ସମାଜ ସେବୀ)ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ତ୍ରିପାଠୀ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀମାନ୍ ତାପସ ଭୋଇ ଶିଶୁ ମାନଙ୍କୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସୁଶ୍ରୀ ରଶ୍ମିତା ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୁଶ୍ରୀ ହିମାଦ୍ରି ନାଗ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନେ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ।ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ମେହେର, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା, ସଦସ୍ୟା ଶ୍ରୀମତୀ ନମିତା ପ୍ରଧାନ,ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରାଜେନ୍ଦ୍ର ବେହେରା,ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ତରିଆ ମଞ୍ଚାସୀନ ଥିଲେ।ବିଦ୍ୟାରମ୍ଭ ସଂସ୍କାର ସୁଶ୍ରୀ କୁନ୍ତୀ ପ୍ରଧାନ ଓ ସରସ୍ବତୀ ପୂଜା କାର୍ଯ୍ୟ ଶ୍ରୀଯୁକ୍ତ କାଳୀଚରଣ ହୋତା ତୁଳାଇଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସାହାଯ୍ୟ ଓ ସହଯୋଗ କରିଥିଲେ।
ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏଜୟନ୍ତୀ, ସରସ୍ବତୀ ପୂଜା, ବିଦ୍ୟାରମ୍ଭ ସଂସ୍କାର, ସମର୍ପଣ ଦିବସ ପାଳିତ ହୋଇଯାଇଛି।
