ନୂଆଁଖାଇରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ନୂଆଁଖାଇରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ନୂଆଁଖାଇରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ଭୁବନେଶ୍ୱର,
ଓଡ଼ିଶାର ଅନନ୍ୟ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମଗ୍ର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ, ରାଜ୍ୟର ସୁଖ, ଶାନ୍ତି ଓ ପ୍ରଗତି ପାଇଁ ପ୍ରାର୍ଥନା କରାଗଲା।

ନୂଆଁଖାଇ ପର୍ବରେ ମା’ ସମଲେଶ୍ୱରୀ, ସୁରେଶ୍ୱରୀ, ପାଟଣେଶ୍ୱରୀ, ଲଙ୍କେଶ୍ୱରୀ ଓ ବିନ୍ଧ୍ୟବାସିନୀଙ୍କୁ କୋଟି କୋଟି ପ୍ରଣାମ ଜଣାଇ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ମଙ୍ଗଳ କାମନା କରାଯାଇଛି।

ବାର୍ତ୍ତାରେ କୁହାଯାଇଛି, ନୂଆଁଖାଇ କେବଳ କୃଷିର ମହିମାକୁ ମଣ୍ଡନ କରେନାହିଁ, ବରଂ ପରିବାର, ପାରିବାରିକ ସଂସ୍କାର ଓ ସହାବସ୍ଥାନର କାଳଜୟୀ ବାର୍ତ୍ତାକୁ ସାରା ବିଶ୍ୱକୁ ପ୍ରଦାନ କରେ। ଏହି ପର୍ବ ଓଡ଼ିଆ ସଭ୍ୟତାର ମୂଳ ଆଧାର — ଚାଷୀ ଓ ପରିବାର ବ୍ୟବସ୍ଥା — କୁ ସ୍ମରଣ କରାଏ।

ସେହି ସହିତ ୨୦୩୬ରେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଭାବରେ ୧୦୦ ବର୍ଷ ପୂର୍ତ୍ତି ଓ ୨୦୪୭ରେ ଦେଶର ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ କରି ରାଜ୍ୟକୁ ବିକଶିତ ଭାରତର ପ୍ରମୁଖ ଭାଗୀଦାର କରିବା ଉପରେ ଜୋର ଦିଆଯାଇଛି। “ଆଗାମୀ ଦୁଇ ଦଶକ, ବିଶେଷକରି ପ୍ରଥମ ଦଶକ, ଓଡ଼ିଆ ଜାତି ପାଇଁ ନିଷ୍ପତ୍ତିମୂଳକ ହେବ। ସଠିକ୍ ପଦକ୍ଷେପ ନିଆଯାଇଲେ, ଓଡ଼ିଶା ବିକଶିତ ଭାରତର ଆଧାର ସ୍ତମ୍ଭ ହୋଇପାରିବ,” ବାର୍ତ୍ତାରେ କୁହାଯାଇଛି।