ନୁଆଗଡଗ ରିଷିଶୃଙ୍ଗ ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ ।

ନୁଆଗଡଗ ରିଷିଶୃଙ୍ଗ ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ ।

ନୁଆଗଡଗ ରିଷିଶୃଙ୍ଗ ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ ।

ଗଜପତି,୧୭.୧(ନିପ୍ର) ଗଜପତି ଜିଲ୍ଲା ନୁଆଗଡ ସଦକୁମା ମିନି ଷ୍ଟାଡିୟମରେ ବ୍ଳକସ୍ତରୀୟ ଗଜପତି ଉତ୍ସବ ତଥା ରିଷିଶୃଙ୍ଗ ମହୋତ୍ସବ ଶୁକ୍ରବାର ଉଯାପିତ ଯାଇଛି । ପ୍ରଥମ ଦିନରେ ରିଷିଶୃଙ୍ଗ ମହୋତ୍ସବ ନିମନ୍ତେ ମହେନ୍ଦ୍ରଗିରି କୁନ୍ତୀ ମନ୍ଦିରରୁ ଆସିଥିବା ମଶାଲକୁ ଧରି ବ୍ଳକ କାର୍ଯ୍ୟାଳୟରୁ ବାହାରି ଶୋଭାଯାତ୍ରାରେ ଉତ୍ସବ ମିନି ଷ୍ଟାଡିୟମକୁ ଅଣାଯାଇଥିଲା । ଗୁରୁବାର ଦିନ ମୁଖ୍ୟ ଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ପୃଥିବୀରାଜ ମଣ୍ଡଳ, ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମୀୟ ରଇତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର କୁମାର ଦାସ, ତହସିଲିଦାର ମୋନାଲିସା ଆଚାର୍ଯ୍ୟ, ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଲିଙ୍ଗରାଜ କାର୍ଜି ଓ ସାସଂଦ ପ୍ରତିନୀଧି ସୁବାସ ପାଇକ ଯୋଗଦେଇଥିଲେ ଲୋକକଳାର ପ୍ରତିଭାକୁ ଲୋକଲୋଚନ ଏହି କାର୍ଯ୍ୟକ୍ରମର ମୁଳ ଲକ୍ଷ୍ୟ ବୋଲି ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ପ୍ରଥମ ରଜନୀରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗୀତ ନାଚ କରି ଉତ୍ସବକୁ ସରସ ସୁନ୍ଦର କରିବା ସହ ଦର୍ଶକଙ୍କୁ ଝୁମାଇଥିଲେ । କୃତି କୁନିକୁନି ଛାତ୍ରଛାତ୍ରୀ ପ୍ରତିଭା ଏବଂ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।

ସେହିପରି ଉଦ୍ୟଯାପନୀ ଉତ୍ସବରେ ଦୁତିୟ ରଜନୀରେ ଅଞ୍ଚଳରଯୁବ କଳାକାର ନୃତ୍ୟ, ଗୀତ ପ୍ରଦର୍ଶନ କରିବାସହ ପଶ୍ଚିମ ଓଡିଶାର ମା’ ଆଦିଶକ୍ତି ଅର୍କେଷ୍ଟ୍ରାର ଗାୟକ ଅଙ୍କିତ ରାଜ, ବିବେକ ତାଣ୍ଡି ଓ ଗାୟିକା ସୌଭାଗ୍ୟ ଲକ୍ଷ୍ମୀ ଦାସଙ୍କ ଗୀତ ଉତ୍ସବକୁ ବେଶ ଆକର୍ଷଣୀୟ କରିଥିଲେ । ଏଥିସହ ବ୍ଳକର ବିଭିନ୍ନ ଗଣମାଧ୍ୟମ ପ୍ରତିନୀଧିଙ୍କୁ, ସରକାରୀ ବିଭିନ୍ନ ବିଭାଗ, ଅନୁଷ୍ଠାନ, ସ୍ବେଛୋସେବୀ ସଂଗଠନ, କିଛି ସମାଜସେବୀଙ୍କୁ ଅତିଥି ମାନଙ୍କୁ ଗୋଷ୍ଠୀ ଅଧିକାରୀ ଲୋକନାଥ ଶବର, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସମସ୍ତଙ୍କୁ ସମ୍ମାନିତ କରିଥିଲେ । ସ୍ଥାନୀୟ ତହସିଲିଦାର ମୋନାଲିସା ଆଚାର୍ଯ୍ୟ ସମେତ ବ୍ଳକର ସମସ୍ତ କର୍ମଚାରୀ , ଜନପ୍ରତିନିଧି ଓ ହଜାର ହଜାର ସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ । ଏହି ଦୁଇ ଦିନର ଉତ୍ସବର ମଞ୍ଚକୁ ଭାରପ୍ରାପ ବ୍ଳକ ସମ୍ପ୍ରସାରଣ ଅଧିକାରୀ ନୃସିଂହ ଚରଣ ମିଶ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରୁଥିଲେ କର୍ମଚାରୀମାନେ । ଏହି ଉତ୍ସବରେ ଏଙ୍କରିଙ୍ଗି କରିଥିଲେ ଲିଅବ ସେବା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ପ୍ରଭାତ କୁମାର ବାଡିତିଆ ବହୁତ ସୁନ୍ଦର ଏବଂ ଦର୍ଶକ ମନ ନେଇଥିଲେ ।