ନିଶା ମୁକ୍ତ ଭାରତ ଅଭିଯାନ” ସଚେତନତା ପଦଯାତ୍ରା ।ଗଜପତି,୭.୩(ମନୋଜ ପାଢ଼ୀ)-:ଆଜି ତାରିଖ 07-03-2026 ଦିନ ଶନିବାର, ଗଜପତି ଜିଲ୍ଲା ପ୍ରଶାସନ ତରଫରୁ SSEPD ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବିଭାଗ ନେତୃତ୍ଵରେ “ନିଶା ମୁକ୍ତ ଭାରତ ଅଭିଯାନ” ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସବୁଜ ପତାକା ଦେଖେଇ ଏହି ପଦଯାତ୍ରା କୁ ଆରମ୍ଭ କରିଥିଲେ, ଉକ୍ତ ଏହି କାର୍ଯ୍ୟକ୍ରମ MRBH ସ୍କୁଲ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏହି ପଦଯାତ୍ରା ହେଇଥିଲା, ଉକ୍ତ ଏହି ପଦଯାତ୍ରା ରେ ୧୦୦ ଉର୍ଦ୍ଧ୍ଵ ପୁରୁଷ, ମହିଳା, ଛାତ୍ର, ଛାତ୍ରୀ ଆଦି ସମସ୍ତେ ଉପସ୍ଥିତ ଥିଲେ। ସମାଜ ସେବୀ ଜସ୍ମିନ୍ ଶେଖ୍ ଏହି ପଦଯାତ୍ରା ରେ ଉପସ୍ଥିତ ହେଇ ନିଶା ମୁକ୍ତ ଭାରତ ଅଭିଯାନ ର ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ନିଶା ମୁକ୍ତ ଭାରତ ଅଭିଯାନ” ସଚେତନତା ପଦଯାତ୍ରା ।
