ନା ଅଛି ରାସ୍ତା ନା ଅଛି ସ୍କୁଲ ଗାଁ ଲୁଚୀ ରହିଛି

ନା ଅଛି ରାସ୍ତା ନା ଅଛି ସ୍କୁଲ ଗାଁ ଲୁଚୀ ରହିଛି

ନା ଅଛି ରାସ୍ତା ନା ଅଛି ସ୍କୁଲ ଗାଁ ଲୁଚୀ ରହିଛି

ଗଜପତି (ମନୋଜ ପାଢ଼ୀ)- ଦେଶ ସ୍ବାଧୀନତା ପରେ ଦଶନ୍ଧି ଦଶନ୍ଧି ଧରି ଅନେକ ସରକାର ଶାସନ କରିଚାଲିଗଲେଣି । ବିକାଶ ନାମରେ ଅମୁକ ସମୁକ କରିପକାଇଲୁ ବୋଲି ଡିଣ୍ଡିମ ପିଟିଯାଇଛନ୍ତି ଆଉ ଏବେକାର ଡବଲ ଇଞ୍ଜିନ୍ ସରକାର ଡଣ୍ଡିମ ପିଟି ଚାଲିଛନ୍ତି । ହେଲେ ଏବେ ଯାଏଁ ଗ୍ରାମକୁ ରାସ୍ତାଟିଏ ନଥିବା ଏବଂ ଏନେଇ ବାରମ୍ବାର ପ୍ରଶାସନ ଠାରେ ଅଭିଯୋଗ କଲେ ମଧ୍ୟ ରାସ୍ତା ନିର୍ମାଣତ ହେଉନି ଓଲଟି ଭୌଗଳିକ ମାନଚିତ୍ରରେ ଗ୍ରାମ ଉଲ୍ଲେଖ ନାହିଁ ବୋଲି କହୁଥିବାର ସଭିଏଁଙ୍କୁ ଚକିତ କରିଛି । ଏପରି ଏକ ଗ୍ରାମ ଗଜପତି ଜିଲ୍ଲାର ଉନ୍ନତ ବ୍ଲକ କୁହାଯାଉଥିବା ଗୋଷାଣିରେ ଦେଖିବାକୁ ମିଳିଛି । ଏହି ବ୍ଲକର ଘରୋଣି ପଞ୍ଚାୟତ ଅନ୍ତର୍ଗତ ରତନସିଂ ଗ୍ରାମକୁ ଆଜିପର୍ଯ୍ୟନ୍ତ ରାସ୍ତାଟିଏ ନିର୍ମାଣ ହୋଇପାରିନି ।

ଏହି ଗ୍ରାମରେ ୩୦ ରୁ ଉର୍ଦ୍ଧ ଘର ଥିବା ବେଳେ ଜନସଂଖ୍ୟା ୩୦୦ ଅଟନ୍ତି । ଘରୋଣି ପଞ୍ଚାୟତ ସଦରମହକୁମା ଠାରୁ ଏହା ମାତ୍ର ଦୁଇ କିମି ଦୂରତାରେ ରହିଥିବା ବେଳେ ବ୍ଲକ ସଦରମହକୁମା ଠାରୁ ୧୦ରୁ ୧୨ କିମି ଦୂରତାରେ ରହିଛି । ଏହି ଗ୍ରାମକୁ ଯିବା ପାଇଁ ଅନ୍ୟ ଗୋଟିଏ ରାସ୍ତା ରହିଛି । ତାହା ହେଲା ରାୟଗଡ ବ୍ଲକ ଗଣ୍ଡାହାତୀ ପୂର୍ତ୍ତବିଭାଗର ମୁଖ୍ୟ ରାସ୍ତାରୁ ମାତ୍ର ୯୦୦ମିଟର ପଡୁଛି । ଉଭୟ ପଟରୁ ରାସ୍ତା ରହିଥିଲେ ମଧ୍ୟ ନା ଏପଟେ ନା ସେପଟେ ରାସ୍ତା ଅଛି । ଉଭୟ ପଟରୁ ମାଟି ସଡକଟିଏ ରହିଛି । ବର୍ଷା ଦିନେ ଗ୍ରାମର ଶତାଧିକ ଜନସଧାରଣ ଏକ ପ୍ରକାର ନିର୍ବାସିତ ଜୀବନ ବିତାଉଥିବା ବେଳେ ଅନ୍ୟ ଦିନରେ ମାଟି ରାସ୍ତା ଦେଇ ଉଭୟପଟରୁ ଯାତାୟତ କରୁଛନ୍ତି । ଗର୍ଭବତୀ ମହିଳା କିମ୍ବା ଋଗୁଣ ଲୋକେ ଯିବା ଆସିବା ଏକ ପ୍ରକାରର କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ଗ୍ରାମବାସୀ । ରାସ୍ତା ତିଆରି ନାମରେ ମନରେଗା ଯୋଜନାରେ ମାଟି ରାସ୍ତାରା ମାଟି ମରମ ପକାଯାଉଛି । ଏପରି ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପକ୍କା ସଡକଟିଏ ନିର୍ମାଣ କରୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ।

ସେହିପରି ଗ୍ରାମର ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ଘରୋଣି ଠାରେ ପ୍ରାଥମିକ ସ୍କୁଲ ବନ୍ଦ ହୋଇଯିବା ପରେ ପଞ୍ଚାୟତ ସଦରମହକୁମା ଘରୋଣି ଗ୍ରାମ ଠାରେ ଥିବା ସ୍କୁଲକୁ ମାଟିକାଦୁଅ ରାସ୍ତାରେ ଯାତାୟତ କରୁଛୁ । ଏନେଇ ସ୍ଥାନୀୟ ବାସିନ୍ଦା ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ସେଠାରେ ସେମାନେ ବ୍ଲକ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଯନ୍ତ୍ରୀଙ୍କୁ ଭେଟି ଗୁହାରୀ ଜଣାଇବା ସହ ଲିଖିତ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆମ୍ଭ ଗ୍ରାମ ରତନସିଂ ୧୫୦ ବର୍ଷରୁ ଉର୍ଦ୍ଧ ସମୟ ହେଲା ଜନବସତି ଭାବେ ସ୍ଥପତି ହୋଇଥିଲେ ହେଁ ଗ୍ରାମକୁ ଆଜିଯାଏ ସଡକଟିଏ ନାହିଁ । ମାଟି ରାସ୍ତା ରହିଥିବା ଯୋଗୁଁ ନାନାଦି ସମସ୍ୟା ଭଗୁଛୁ । ତେଣୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିଲେ ଉପକୃତ ହେବୁ । ଯଦି ରାସ୍ତା ନିର୍ମାଣ ହେଉନାହିଁ ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବୁ ବୋଲି କହିଛନ୍ତି ।