ନା ଅଛି ରାସ୍ତା ନା ଅଛି ବିଜୁଳି, ଅଭିଶପ୍ତ ଜୀବନ ବିତାଉଛି ମୋହନାଗୁଡା ଗାଁ

ନା ଅଛି ରାସ୍ତା ନା ଅଛି ବିଜୁଳି, ଅଭିଶପ୍ତ ଜୀବନ ବିତାଉଛି ମୋହନାଗୁଡା ଗାଁ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ସ୍ବାଧିନତାର ସାତ ଦଶନ୍ଧି ପରେ ବି ଗାଁରେ ପହଞ୍ଚିନି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ପଥୁରିଆ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯିବାକୁ ପଡେ। ଖାଲି ସେତିକି ନୂହେଁ ଗାଁର ବିଭିନ୍ନ ଅସୁବିଧା କହିଲେ ସରିବନି । ଏମିତି ଏକ ଅଭିଶପ୍ତ ଗାଁ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଳକର ମୋହନାଗୁଡା । ଗାକୁ ରାସ୍ତା, ବିଜୁଳି, ଶିକ୍ଷା ଓ ପାନୀୟ ଜଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖଛ କରୁଛନ୍ତି । ହେଲେ ଏବେ ମଧ୍ୟ ଏମିତି କି ଗାଁ ରହିଛି । ଯେଉଁଠି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତସପନ । ମୋହନାଗୁଡା ଗାଁରେ ୩୦ ଆଦିବାସୀ ପରବାର ବସବାସ କରୁଛନ୍ତି । ଜନସଂଖ୍ୟା ପାଖପାଖି ୨୦୦ରୁ ଉଦ୍ଧ୍ବ । ଏହି ଗାଁଟି ଏକ ଦୁର୍ଗମ ଅଞ୍ଚଳରେ ରହିଥିବା ହେତୁ ଜନ ପ୍ରତିନୀଧି ହେଉ କିମ୍ବା ସରକାରୀ ବାବୁଙ୍କ ପାଦ ପଡୁନି । ଗାଁକୁ ଯିବାକୁ ହେଲେ ୫କିଲୋ ମିଟର ପଥୁରିଆ ରାସ୍ତା ଅତିକ୍ରମ କରି ଯିବାକୁ ପଡେ । ଏଠାରେ ନାଁ ଅଛି ପକ୍କା ରାସ୍ତା ନା ଅଛି ପକ୍କା ଘର । ୭ ଜଣଙ୍କ ନାଁରେ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ଆସିଥିବା ବେଳେ ରାସ୍ତା ନଥିବା ହେତୁ ପକ୍କା ଘର ନିର୍ମାଣ କରି ପାରୁନାହାନ୍ତିଶ। ସେହିପର କୌଣସି ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢି ପାରୁ ନାହାନ୍ତା । କିଛି ପିଲା ପାଠ ପଢୁଛନ୍ତି ଗାଁ ଠାରୁ ୧୨ କଲୋ ମିଟର ଦୂର ମାଣ୍ଡିମେରା ଗାଁରେ । ବିଦ୍ୟୁତ୍ ବ୍ୟବସ୍ଥା ନଥିବାରୁ ପାଠ ପଢିବାକୁ ହେଲେ ମହମବତୀ ଏକମାତ୍ର ଭରଷା । ଅଙ୍ଗନଓ୍ବାଡି ପାଇଁ ଟଙ୍କା ଆସିଥିଲେ ମଧ୍ୟ ଗୃହ ନିର୍ମାଣ ହୋଇ ପାରୁନାହିଁ । ସମସ୍ୟାର ସମାଧାନ କରିବା ପାଇଁ ବାରମ୍ବାର ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ଗାଁରେ ଅଧିକାଂଶ ବୃଦ୍ଧ ଓ ବୃଦ୍ଧାଙ୍କ ବୟସ ୮୦ ବର୍ଷ ବିତିଯାଇଥିଲେ ମଧ୍ୟ ସରକାରଙ୍କ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ଏମିତି କି ଗାଟି ଖାରିଗୁଡା ପଞ୍ଚାୟତରେ ରହଥିବା ବେଳେ ମାଣ୍ଡିମେରା ଗ୍ରାମ ପଞ୍ଚାୟତରୁ ରସନ ସାମଗ୍ରୀ ମିଳୁଛି । ହେଲେ ତିନିମାସ ହେବ ପଞ୍ଚାୟତରୁ ରାସନ ସାମଗ୍ରୀ ମିଳିନଥିବା ବେଳ ଗାଁରେ ଧାନକୁ ପାରୁଣି ସାହାର୍ଯ୍ୟରେ କୁଟିକୁଟି ଚାଉଳ ବାହାର କରି ରୋଷେଇ କରି ଖାଇବାକୁ ପଡୁଛି । ଏମିତି ଅନ୍ଧାରୀ ମଲକର ସମାଧାନ ପାଇଁ ସରକାରଙ୍କୁ ଆଉ କେତେ ବର୍ଷ ଲାଗିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ମୋହନା ବିଡିଓ ରାଜୀବ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଅତିଶୀଘ୍ର ମୋହନାଗୁଡା ଗାଁକୁ ଏକ ଟିମ୍ଯାଇ ସମସ୍ୟା ବୁଝିଲା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *