ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ

………………………………
ରାଉରକେଲା, ସାରନଗରୀ ସ୍ଥିତ ନାରୀ ଶକ୍ତି ଜନକଲ୍ୟାଣ ସେବା ସମିତି ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରେଣ୍ୟ ଅତିଧି ଭାବେ ତ୍ରିନାଥ ଦାସ ମୋହିନୀ, ଅରୁଣ ପରିଡା, ସୋମେନ୍ଦ୍ର କୁମାର ବେହୁରିଆ,ଦୀପ ଭାଇ, ବିଜୟା ଥାଟୋଇ,ବିବେକାନନ୍ଦ ଦାସ,ଦିଲୀପ ଭାଇ,ବିପିନ ଭାଇ,ପଦ୍ମିନୀ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ l ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରିବା ପରେ ସମସ୍ତ ଅତିଥିମାନଙ୍କୁ ସମ୍ମIନିତ କରାଯାଇଥିଲା l ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ‘ନାରୀ ଶକ୍ତି ଜନ କଲ୍ୟାଣ ସେବା ସମିତି’ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଉତ୍କଳ ଦିବସ ପାଳନ ଓ ଉତ୍କଳୀୟ ଅସ୍ମିତା କୁ ବଜାୟୀ ରଖିବାକୁ ଆହ୍ୱାନ କରିଥିଲେ l ସଭାରେ ରାଧାକୃଷ୍ଣ ଦିବ୍ୟIଙ୍ଗ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ୟକ୍ରମ ଶୋଭା ବଢ଼ାଇଥିଲେ। ନାରୀ ଶକ୍ତି ଜନ କଲ୍ୟାଣ ସେବା ସମିତିର ସଭାପତି ତାଙ୍କ ଭାଷଣରେ କହିଥିଲେ ମାନବ ସେବା ହିଁ ମାଧବ ସେବା ଏବଂ ଶରୀରର ଶେଷ ରକ୍ତ ବିନ୍ଦୁ ଥିବାଯାଏଁ ମାନବ ସେବା କରିବାକୁ ସମସ୍ତ କର୍ମକର୍ତ୍ତା ପଣ କରିଥିଲେ।
ଭୋକିଲା ବ୍ୟକ୍ତିଙ୍କୁ ଖାଇବା ଯୋଗାଇବା ପାଇଁ ଏକ ସୁନ୍ଦର ପ୍ରଚେଷ୍ଟା ସ୍ୱରୂପ ଏକ ତିନି ଚକିଆ ବାହନ ‘ପୂର୍ଣାଞ୍ଜଳୀ’ର ଶୁଭା ଉଦଘାଟନ ହୋଇଥିଲା l ଯାହାକୁ ଉଦ୍ଘାଟନ କରିଥିଲେ ଶ୍ରୀମତୀ ପଦ୍ମିନୀ ପାଣିଗ୍ରାହି। କାର୍ଯ୍ୟ କର୍ମର ଶେଷ ପର୍ଯ୍ୟାୟରେ ଛୋଟ ଛୋଟ ପିଲାମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।