ନାଟକ ପରିବେଷଣ ନେଇ
ବନାନୀ କଳା ସଙ୍ଗମ ର ସାଧାରଣ ବୈଠକ
କନ୍ଧମାଳ (ରିପୋର୍ଟ କୁନା ଦିଗାଲ)
କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ର ଏକ ସାଧାରଣ ବୈଠକ ମଙ୍ଗଳବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିଲାଏଥିରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ନାଟ୍ୟକାର ଡ ଅରୂପ ଜେନା ସଭାପତିତ୍ବ କରିଥିବା ବେଳେ ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଉପସ୍ଥିତ ରହି ଦୀର୍ଘ ୪୨ ବର୍ଷ ଧରି ପ୍ରତିକୁଳ ପରିସ୍ଥିତି ରେ କଳା ସଂସ୍କୃତି ର ବିକାଶ ଦିଗରେ କାର୍ଯ୍ୟ କରିଆସିଥିବା ସଂସ୍ଥା ସଂପର୍କରେଅବଗତ କରି ଥିଲେ l
ଗତ ୨୦୨୫ ଡ଼ିସେମ୍ବର ୮/୯ ରେ ଦୁଇଦିନ ଧରି ଅନୁଷ୍ଠିତ ଶହୀଦ ଭଗତ ସିଂହ ନାଟକ ର ସବିଶେଷ ଆୟ ବ୍ୟୟ ହିସାବ ବୈଠକ ରେ ସର୍ଵ ସମ୍ମତି କ୍ରମେ ଗୃହୀତ ହୋଇଥିଲା ଓ ସମସ୍ତ କଳାକାର ନିଖୁଣ ଭାବରେ ଅଭିନୟ କରି ଶହ ଶହ ଦର୍ଶକ ଙ୍କ ଦୃଦୟ ଜିଣି ଥିବାରୁ ସଂସ୍ଥା ପକ୍ଷରୁ ଧନ୍ୟ ବାଦ୍ ଦିଆଯାଇଥିଲା l ସେହିପରି ଉଚ୍ଚ କୋଟିର ନିର୍ଦ୍ଦେଶନା ପାଇଁ ସଭାପତି ଡ ଅରୁପ ଜେନା, ପ୍ରଭାତ ଦାସ ଓ ସହ ନିର୍ଦ୍ଦେଶନା ପାଇଁ ବିଜୟ ପଟ୍ଟନାୟକ ଙ୍କୁ ଧନ୍ୟ ବାଦ୍ ଦିଆଯାଇଥିଲା lସେହିପରି ଆଗାମୀ ଏପ୍ରିଲ ଶେଷ ଆଡ଼କୁ ଏକ ସାମାଜିକ ନାଟକ ପରିବେଷଣ କରିବା ପାଇଁ ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ l
ସଙ୍ଗଠନ ସମ୍ପାଦକ ଅଶୋକ କୁମାର ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ l
ସମାଜ ସେବୀ ଅଶୋକ ପ୍ରଧାନ, ଶିବ ରାମ ନାୟକ, ବରିଷ୍ଠ ସାମ୍ବାଦିକଜୟ ସେନ ପରିଡ଼ା ପ୍ରମୁଖ କାର୍ଯକ୍ରମ ସୁପରିଚାଳନା ରେ ସହଯୋଗ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଅଶୋକ ବେହେରl, ପୁର୍ବତନ ସଭାପତି ରବୀନ୍ଦ୍ର ନାଥ ମିଶ୍ର, ବରିଷ୍ଠ ନାଗରିକ ନବୀନ ପଣ୍ଡା, ବରିଷ୍ଠ ନାଗରିକ ସଙ୍ଘ ସଭାପତି ପଦ୍ମ ଲୋଚନ ସ୍ବାଇଁ, କନ୍ଧମାଳ ପିପୂଳସ ଫୋରମ୍ ସଭାପତି ରାଧାମୋହନ ମହାପାତ୍ର, ମିଡ଼ିଆ ଫୋରମ୍ ସଭାପତି ସୂର୍ଯ୍ୟ ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୂ, ଅଶୋକ ମହାନ୍ତି,ପ୍ରମୁଖ ଙ୍କ ସମେତ ବହୁ କଳାକାର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l
