ନାଗପୁରରେ ଭାରତର ଦମଦାର ବିଜୟ, ନ୍ୟୁଜିଲାଣ୍ଡ ୪୮ ରନ୍‌ରେ ପରାସ୍ତ

ନାଗପୁରରେ ଭାରତର ଦମଦାର ବିଜୟ, ନ୍ୟୁଜିଲାଣ୍ଡ ୪୮ ରନ୍‌ରେ ପରାସ୍ତ

ନାଗପୁରରେ ଭାରତର ଦମଦାର ବିଜୟ, ନ୍ୟୁଜିଲାଣ୍ଡ ୪୮ ରନ୍‌ରେ ପରାସ୍ତ

ନାଗପୁର: ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରି ଦମଦାର ଆରମ୍ଭ କରିଛି।

ବୁଧବାର ନାଗପୁରସ୍ଥିତ ବିଦର୍ଭ କ୍ରିକେଟ୍‌ ଆସୋସିଏସନ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚରେ ଭାରତ ବ୍ୟାଟିଂ ଓ ବୋଲିଂ, ଉଭୟରେ ଚମତ୍କାର ପ୍ରଦର୍ଶନ କରିଥିଲା।ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୩୮ ରନ୍‌ ସଂଗ୍ରହ କରିଥିଲା।

ଯୁବ ବ୍ୟାଟର ଅଭିଷେକ ଶର୍ମା ଅଦ୍ଭୁତ ପାଳି ଖେଳି ୩୫ ବଲ୍‌ରୁ ୮୪ ରନ୍‌ କରିଥିଲେ। ତାଙ୍କ ପାଳିରେ ୫ଟି ଚୌକା ଓ ୮ଟି ଛକା ଥିଲା। ତାଙ୍କୁ ଭଲ ସହଯୋଗ ଦେଇଥିଲେ ରିଙ୍କୁ ସିଂ, ଯିଏ ୨୦ ବଲ୍‌ରୁ ଅପରାଜିତ ୪୪ ରନ୍‌ କରିଥିଲେ। ସେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ।୨୩୯ ରନ୍‌ର ବିଶାଳ ଲକ୍ଷ୍ୟ ପଛୁଆଇ ନ୍ୟୁଜିଲାଣ୍ଡର ଆରମ୍ଭ ବହୁତ ଦୁର୍ବଳ ଥିଲା। ପ୍ରଥମ ଓଭରରେ ଅର୍ଶଦୀପ ସିଂ ଡେଭନ୍‌ କନୱେଙ୍କୁ ଶୂନ୍ୟରେ ଆଉଟ୍‌ କରିଥିଲେ।

ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ରଚିନ ରବୀନ୍ଦ୍ରଙ୍କୁ ୧ ରନ୍‌ରେ ଆଉଟ୍‌ କରି ନ୍ୟୁଜିଲାଣ୍ଡକୁ ଆଉ ଏକ ଝଟକା ଦେଇଥିଲେ।ପରେ ଗ୍ଲେନ ଫିଲିପ୍ସ ଓ ରବିନସନ ପାଳି ସମ୍ଭାଳିବାକୁ ଚେଷ୍ଟା କରି ଅର୍ଦ୍ଧଶତକ ଭାଗିଦାରୀ କରିଥିଲେ। କିନ୍ତୁ ସପ୍ତମ ଓଭରରେ ବରୁଣ ଚକ୍ରବର୍ତ୍ତୀ ରବିନସନଙ୍କୁ ଆଉଟ୍‌ କରିବା ପରେ କ୍ବିୱି ଦଳ ଚାପଗ୍ରସ୍ତ ହୋଇଯାଇଥିଲା। ଶେଷରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ୍‌ରେ ସୀମିତ ରହିଥିଲା।

ଏହି ବିଜୟ ସହିତ ଭାରତ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।