ନାଇରା ଅରବିନ୍ଦ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାୟଗଡ(info Media): ରାୟଗଡ ଜ଼ିଲ୍ଲା ଆନ୍ତର୍ଗତ ପଦ୍ମପୁର ବ୍ଲକ ର ଅରବିନ୍ଦ ବିଦ୍ୟାପୀଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ନାଇରା ର 58 ତମ ବାର୍ଷିକ ଉତ୍ସବ ମହାସୋମାରହ ରେ ପାଳିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ସିମାଞ୍ଚଳ ବିଡ଼ିକା ଙ୍କ ଅଧିକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଭଜନ ଲାଲ ମାଝୀ ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ଯୋଗଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ବିଡ଼ିକା ସ୍ୱାଗତ ଭାଷଣ ପଠନ କରିବା ସହିତ ଗତ 58 ବର୍ଷ ଧରି ଏହି ସ୍କୁଲ କିପରି ଭାବେ ଆଗକୁ ଚାଲିଛି ସେ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟଅତିଥି ଅତିରିକ୍ତ ଜ଼ିଲ୍ଲା ଶିକ୍ଷାଧିକାରୀ ନିଜବାକ୍ତବ୍ୟ ରେ କହିଥିଲେ ଯେ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ବୋଲି l ପଢିଲେ ଜାଣିବା ଜାଣିଲେ ଜିଣିବା ଏହି ଉକ୍ତି କୁ ଧରି ଛାତ୍ର ଛାତ୍ରୀ ମାନେ ଆଗକୁ ବଢିବା ପାଇଁ ପରାମର୍ଶ ଦେଉଥିଲେ l ବାର୍ଷିକ କ୍ରୀଡା ର ବିଜେତା ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରିଥିଲେ l ପରିଶେଷରେ ସ୍କୁଲର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ତୁଲାସା ଶବର ସରପଞ୍ଚ ନାଇରା, ସମିତି ସଭ୍ୟା ନାଇରା, ଅତିରିକ୍ତ ବ୍ଲକ ଗୋଷ୍ଠି ଶିକ୍ଷା ଧିକାରୀ ଚନ୍ଦ୍ର ସେନ ଲିମା, ମଞ୍ଚଶୀନ ରହିଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ନିମନ୍ତେ ସ୍କୁଲର ଶିକ୍ଷକ ଓ ଅନ୍ୟ କର୍ମଚାରୀ ଏସ. ଧବଳେଶ୍ୱର ରାଓ,ଯୋଶେଷ ଦଳବେହେରା, ତ୍ରିନାଥ ଶବର,କାଁହୁ ଚରଣ ତାଡିଙ୍ଗି, ଉଦ୍ଧବ ସାହା, ଉଦୟ କୁମାର ମହାନ୍ତି,ରମାକାନ୍ତ ପାତ୍ର,ବ୍ରଜାଭାଜ ଦେଓ, ଏମ. ଫକୀର ମୋହନ ପଟନାୟିକ,ମନୋଜ କୁମାର ଲିମା, ଏସ. ଭେଙ୍କାଟାରାମନା, ଗଜେନ୍ଦ୍ର ବିଡ଼ିକା, ସୁଷମା ପଣ୍ଡା ନୋରେଶ ଗମାଙ୍ଗ, ମହେସ୍ୱର ପଟନାୟିକକେ . ଆଦିନାରାୟଣ, ସୁକେଶ କୁମାର ସାହୁ, ମୁକ୍ତେଶ୍ଵର ବାଗ, ବିନୋଦ ବେଡ଼ରେକ, ଆଡପା ତ୍ରିନାଥ, ସଂକୁ ଗୀତା, ବନସ୍ମିତା ପୁହାଣ ସହଯୋଗ କରିଥିଲେ l ଆଜିର କାର୍ଯ୍ୟକ୍ରମ ର ମଞ୍ଚ କୁ ଶିକ୍ଷକ ଉଦୟ କୁମାର ମହାନ୍ତି ପରିଚାଳନା ପରିଚାଳନା ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
