ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ ।

ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ ।

ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ ।

ଗଜପତି, 12/1(ମନୋଜ ପାଢ଼ୀ):ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ନାମନଗଡ଼ ଗ୍ରାମରେ ନବବିବାହିତା ଗର୍ଭବତୀ ପତ୍ନୀଙ୍କ ଝୁଲନ୍ତା ମୃତଦେହ ମାମଲାରେ ହତ୍ୟା ଅଭିଯୋଗ ଯୋଗୁଁ ପୋଲିସ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ନବବଧୂ ଅଶ୍ବିନୀ ଗମାଙ୍ଗ (୨୧)ଙ୍କୁ ସ୍ବାମୀ ଯଶୋବନ୍ତ ଗମାଙ୍ଗ ୯ ମାସ ତଳେ ବିବାହ କରିଥିଲେ। ବିବାହ ପରଠୁ ମଦ ପିଇ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତକାଲି ନିଶାସକ୍ତ ଅବସ୍ଥାରେ ଅଶ୍ଵିନୀଙ୍କୁ ମାଡ଼ ମାରିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ମୃତକଙ୍କ ବାପା ରୁବେନ ଗମାଙ୍ଗ ଏତଲାରେ ଦର୍ଶାଇଛନ୍ତି । ମୃତକଙ୍କ ପରିବାରର ଏହି ଏତଲା କ୍ରମେ କେସ୍ ନମ୍ବର ୨/୨୬ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି.ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେରଙ୍ଗ ଥାନାଧିକାରୀ ପ୍ରମୋଦ ଖଣ୍ଡୁଆଳ ଆମ ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।