ନବବିବାହିତାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ ।

ନବବିବାହିତାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ ।

ନବବିବାହିତାଙ୍କୁ ଯୌତୁକ ପାଇଁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ । ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଣ୍ଠପଲବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅନ୍ତଃସତ୍ତ୍ୱା ନବବିବାହିତାଙ୍କୁ ଯୌତୁକ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ନବବିବାହିତା ଜଣକ ହେଉଛନ୍ତି ସୋରଡା ଥାନା ଭଗବାନପୁର ଗ୍ରାମର ସ୍ୱର୍ଗତ ଚିନ୍ତାମଣି ଗୌଡ଼ଙ୍କ ଝିଅ ରଶ୍ମିତା ଗୌଡ଼ ।ଅଭିଯୋଗ ଅନୁଯାୟୀ, ଗତ ବର୍ଷ ୨୫ ଏପ୍ରିଲ ରିଖରେ ବୈଦିକ ରୀତିନୀତି ଅନୁଯାୟୀ ରଶ୍ମିତାଙ୍କ ବିବାହ ଗାଙ୍ଗପୁର ଥାନା ଗୁଣ୍ଠପଲବା ଗ୍ରାମର ପୁନିଆ ଗୌଡ଼ଙ୍କ ପୁଅ ଜିତେନ୍ଦ୍ର ଗୌଡ଼ଙ୍କ ସହ ହୋଇଥିଲା।ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ରଶ୍ମିତାଙ୍କୁ ଶ୍ୱଶୁରଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି।ଆଜି ସକାଳ ପ୍ରାୟ ୯ଟା ସମୟରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ, ତାଙ୍କୁ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଗୌଡ଼, ଶ୍ୱଶୁର ପୁନିଆ ଗୌଡ଼ ଏବଂ ଶାଶୁ ସୁଷମା ଗୌଡ଼ ମିଶି ତଣ୍ଟି ଚିପି ହତ୍ୟା କରିଥିବା ନେଇ ରଶ୍ମିତାଙ୍କ ଭାଇ ଶିବାନନ୍ଦ ଗୌଡ଼ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ରଶ୍ମିତା ତିନି ମାସ ଅନ୍ତଃସତ୍ତ୍ୱା ଥିବା ମଧ୍ୟ ଭାଇ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କ