ନବନିର୍ବାଚିତ ରାଷ୍ଟ୍ରୀୟ ବିଜେପି ସଭାପତି ନିତିନ ନବୀନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଣ୍ଡା ବାବୁ

ନବନିର୍ବାଚିତ ରାଷ୍ଟ୍ରୀୟ ବିଜେପି ସଭାପତି ନିତିନ ନବୀନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଣ୍ଡା ବାବୁ

ନବନିର୍ବାଚିତ ରାଷ୍ଟ୍ରୀୟ ବିଜେପି ସଭାପତି ନିତିନ ନବୀନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି କୋଣ୍ଡା ବାବୁ

ରାୟଗଡ ( ଅମୁଲ୍ୟ ନିଶଙ୍କ ): ନୂତନ ଭାବେ ବିନା ପ୍ରତିଦ୍ବନ୍ଦିତା ରେ ନବ ନିର୍ବାଚିତ ରାଷ୍ଟ୍ରୀୟ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସଭାପତି ଭାବେ ନିତିନ ନବୀନ ନିର୍ବାଚିତ ହୋଇଥିବା ରୁ ରାୟଗଡ ଟ୍ରକ ମାଲିକସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି l

ନୂତନ ଭାବେ ନିର୍ବାଚିତ ହୋଇଥିବା ବିଜେପି ର ରାଷ୍ଟ୍ରୀୟ ଅଧକ୍ଷ ଭାବେ ନିତିନ ବାବୁ ଙ୍କ ଦିଗଦର୍ଶକ ଆଗାମୀ ଦିନ ରେ ବିଜେପି କୁ ମଜବୁତ କରିବ ବୋଲି କୋଣ୍ଡା ବାବୁ କହିଛନ୍ତି l ନିତିନ ନବୀନ ବିଜେପି ର ରାଷ୍ଟ୍ରୀୟ ଅଧକ୍ଷ ନିର୍ବାଚିତ ହେବା ପରେ କୋଣ୍ଡା ବାବୁ ଙ୍କ ଅଫିସ ରେ ଖୁଶୀ ର ଲହରୀ ଖେଳିଯାଇଥିଲା l କୋଣ୍ଡା ବାବୁ ଙ୍କ ସହ ସହ ସମର୍ଥକ ବାଣ ଫୁଟାଇ ବା ସହିତ ପରସ୍ପର ମଧ୍ୟ୍ୟ ରେ ମିଷ୍ଟାନ ବଣ୍ଟନ କରି ଖୁଶୀ ବନାଇଥିଲେ l ରାୟଗଡ ଜ଼ିଲ୍ଲା ରେ ବିଜେପି କୁ ମଜବୁତ କରିବା ପାଇଁ ବିଜେପି ର ରାଷ୍ଟୀୟ ଅଧକ୍ଷ ନିତିନ ନବୀନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ ଙ୍କ ଦୃଢ଼ ସଙ୍ଘଠନ ଆଗାମୀ ଦିନ ରେ ବିଜେପି କୁ ମଜବୁତ କରିବା ସହିତ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ବିଜେପି ର ବିଜୟ ସୁନିଶ୍ଚିତ ବୋଲି କୋଣ୍ଡା ବାବୁ ଙ୍କ ସମର୍ଥକ ମାନେ କହିଛନ୍ତି l

ନବ ନିର୍ବାଚିତ ରାଷ୍ଟ୍ରୀୟ ବିଜେପି ଅଧକ୍ଷ ନିତିନ ନବୀନ ଙ୍କୁ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା କୋଣ୍ଡା ବାବୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l ରାୟଗଡ ଜ଼ିଲ୍ଲା ରେ ବିଜେପି ର ସଂଗଠନ କିପରି ବୃଦ୍ଧି ହେବ ଏହା ମୋର ଲକ୍ଷ୍ୟ ବୋଲି କୋଣ୍ଡା ବାବୁ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ