ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳାମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ

ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳାମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ

ନବନିଯୁକ୍ତ ସରକାରୀ ଓକିଲ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟ ବୈଠକ ଓ ଦିନିକିଆ କର୍ମଶାଳାମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶବୃଦ୍ଧିକୁ ଗୁରୁତ୍ୱ

ଗଜପତି, ୧୧।୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପରିସରରେ ଥିବା ଜିଲ୍ଲା ଅଭିଯୋଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଅବକାରୀ ବିଭାଗ, ଗୃହ ବିଭାଗ ତଥା ଅଭିଯୋଜନ ବିଭାଗର ମିଳିତ ପ୍ରୟାସରେ ଗଜପତି ଜିଲ୍ଲାରେ ଅବକାରୀ ମାମଲାରେ କିପରି ଦଣ୍ଡହାର ବୃଦ୍ଧି ପାଇବ ତଥା ଚୋରା ମଦ, ଗଞ୍ଜେଇ ଚାଲାଣ ରୋକା ଯାଇପାରିବ ସେ ନେଇ ଏକ ଦିନିକିଆ କର୍ମଶାଳା ଅବକାରୀ ବିଭାଗର ଏସ.ପି. ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଅଭିଯୋଜନ ବିଭାଗର ସହାୟକ ନିର୍ଦ୍ଦେଶକ ଡ଼ି. ଅନୁପରାଜ ଆଚାରି, ପୋଲିସ ବିଭାଗର ଡ଼ି.ଏସ.ପି. ଅମିତାଭ ପଣ୍ଡା, ଅବକାରୀ ବିଭାଗର ଡ଼ି.ଏସ.ପି. ବାଳକୃଷ୍ଣ ପରିଡ଼ା, ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କେ. ତାତେୟା, ଗୌରହରି କରସୁଧା ପଟ୍ଟନାୟକ, ସରକାରୀ ଓକିଲ କାଶୀନାଥ ଦାସ, ସୌରଭ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଅବକାରୀ ମାମଲାରେ ଅଭିଯୋଜକ ତଥା ଅବକାରୀ ବିଭାଗର କର୍ମଚାରୀମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

ସେହିପରି ଏହି ପ୍ରସଙ୍ଗରେ ବିଶେଷ ଭାବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ତଥା ଗଞ୍ଜେଇ ଚାଲାଣ ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରିଥିଲା। ସର୍ବଶେଷରେ କର୍ମଶାଳାର ସଫଳ ଆୟୋଜନ ନିମନ୍ତେ ଅବକାରୀ ଏସ.ପି. ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଭବିଷ୍ୟତରେ ପ୍ରତି ମାସରେ ଏହିଭଳି ସମୀକ୍ଷା ବୈଠକ କରିବା ନେଇ ସୂଚନା ଦେଇଥିଲେ।