ନଦୀକୁ ଲୁଗା ସଫା କରିବାକୁ ଯାଇ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ।

ନଦୀକୁ ଲୁଗା ସଫା କରିବାକୁ ଯାଇ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ।

ନଦୀକୁ ଲୁଗା ସଫା କରିବାକୁ ଯାଇ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ ।

ଗଜପତି -୨୨/୧୨(ମନୋଜ ପାଢ଼ୀ) ଜୀବନ ଗୋଟେ ପାଣି ଫୋଟକା। ମୃତ୍ୟୁ କାହାକୁ କେତେବେଳେ ଓ କେଉଁ ପ୍ରକାର ଆସିବ କେହି ଆକଳନ କରିପାରେ ନାହିଁ। ନଦୀକୁ ଲୁଗା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ଆଜି ଏମିତି ଏକ ହୃଦୟ ବିଦାରକଘଟଣା ଦେଖିବାକୁ ମିଳିଛି। ମୃତ ଜଣକ ହେଲେ ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତର ଖ୍ରୀଷ୍ଟିଆନ ସାହିର ଶଶୀକଳା ମାଝୀ ନାମକ ୫୫ ବର୍ଷୀୟା ଜଣେ ଅବିବାହିତ ମହିଳା। ଆଗକୁ ଖ୍ରୀଷ୍ଟ ଧର୍ମର ବଡ଼ଦିନ ପାଳିବା ପାଇଁ ଘର ସଫାସୁତରା କରି ଲୁଗାପଟା ସଫା କରିବା ପାଇଁ ନିକଟସ୍ଥ ନଦୀକୁ ଲୁଗା ସଫା କରିବାକୁ ଯାଇଥିଲେ। ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ବାମ ଗୋଡ଼ର ବୁଢ଼ା ଆଙ୍ଗୁଠିରେ କାମୁଡିଥିଲା।

ସେଠାରେ ସେ ଆଚେତ ହୋଇ ବହୁ ସମୟ ପଡିରହିଥିଲେ l କିଛି ଲୋକ ସେ ପଡ଼ିଥିବା ଦେଖି ତୁରନ୍ତ ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ଓ ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା l କିନ୍ତୁ ଶଶୀକଳା ଙ୍କ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା l

ତାଙ୍କ ମୃତ୍ୟୁରେ ପରିବାର ବର୍ଗ ଙ୍କ ସହ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି ଜଣାପଡିଛି।