ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ଗଜପତି,୬।୪:(ମନୋଜ ପାଢ଼ୀ): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ। ବୃଦ୍ଧ ଗୋବିନ୍ଦ ପାତ୍ର (୮୫) ନିଜ ଘର ପାଖରେ ଥିବା ଆମ୍ବ, ପଣସ ତୋଟାରୁ ଘରକୁ ଫେରିବାବେଳେ ରାସ୍ତାରେ ଥିବା ଚର୍ଚ୍ଚ ପାଖରେ ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଗ୍ରାମର ୪ ଯୁବକ କ୍ରିଷ୍ଣା ମାଝୀ ( ୨୦ ) ପପୁ ପାତ୍ର ( ୧୮) ଚନ୍ଦ୍ର ପାଇକ ( ୨୦ ) ମୁକେଶ ପାତ୍ର ( ୧୮ ) ହେଲମେଟ ପିନ୍ଧି ବୃଦ୍ଧଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାତ୍ର ୪ ଯୁବକଙ୍କୁ ମଧ୍ୟ ଆକ୍ରମଣ କାରିଥିଲା ମହୁମାଛି।ଗ୍ରାମବାସୀଙ୍କ ସହଯୋଗ ରେ ୧୦୮ ଏମ୍ବୁଲାନସ ଦ୍ୱାରା ଅଡବା ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଅମରେଶ ପାତ୍ର ବୃଦ୍ଧଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ମୋହନା ମେଡିକାଲକୁ ୧୦୮ ଦ୍ୱାରା ସ୍ଥାନାନ୍ତରିତ କରିଥିଲେ। ଦୀର୍ଘ ଚାରିଘଣ୍ଟା ପରେ ବୃଦ୍ଧ ଗୋବିନ୍ଦ ସ୍ବାସ୍ଥ୍ୟବସ୍ଥା ସୁଧୁରିଥିବା ଡାକ୍ତର ଜିତେନ୍ଦ୍ର ପ୍ରସାଦ ଦାଶ କହିଛନ୍ତି।