ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଧାନମଣ୍ଡିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଗଜପତି,୨୮.୧(ମନୋଜ ପାଢ଼ୀ)- : ଗୋଷାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ପଞ୍ଚାୟତ ସଦରମହକୁମାରେ ଥିବା ଅସ୍ଥାୟୀ ଧାନମଣ୍ଡି ତଥା ପ୍ରାଥମିକ କୃଷି ସମବାୟ ସମିତିରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇ ଅଭିଯୋଗ ହୋଇଛି । ସମ୍ପାଦକ ଡି. ଖଗେଶ୍ବର ରାଓ ଏନେଇ ଗୁରାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଗତକାଲି ଦୁର୍ବୃତ୍ତମାନେ ଜଗୁଆଳିଙ୍କ ଅନୁପସ୍ଥିତିରେ ଧାନମଣ୍ଡିରେ ପଶି ସିସି କ୍ୟାମେରା, ପ୍ରିଣ୍ଟର, ଧାନ ଆର୍ଦ୍ରତା ମାପିବା ଯନ୍ତ୍ର, ଓଜନ ମେସିନ୍ ଓ ତାର୍ପୋଲିନ ସହ ଅନ୍ୟାନ୍ୟ ଉପକରଣ ଚୋରି କରି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି କୁହାଯାଉଛି। ଗୁରାଣ୍ଡି ଥାନାଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ବସନ୍ତ କୁମାର ଓ ଏଏସ୍‌ଆଇ ରଞ୍ଜନ କୁମାର ଚୌଧୁରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛନ୍ତି । ଧାନମଣ୍ଡି ପରିସରରେ ୩ଟି ମଦବୋତଲ, ଖାଦ୍ୟ ସାମଗ୍ରୀ ଓ ୩ଟି ଗ୍ଲାସ ପଡ଼ିଛି। ଏଣୁ, ଏହା ମଦ୍ୟପମାନଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଛି |ଅନ୍ୟପକ୍ଷରେ, ବିଭିନ୍ନ ଉପକରଣ ଚୋରି ହୋଇ ଯାଇଥିବାରୁ ମଣ୍ଡିକୁ ଆସିଥିବା ଚାଷୀମାନଙ୍କ ଧାନକିଣା ଯାଇପାରିନି।