ଦ୍ବିତୀୟ ଦିନରେ ସୁଭଦ୍ରା ଶକ୍ତି ମେଳା
ବିନା ସୁଭଦ୍ରାରେ ଚେୟାର ଟେବୁଲ ଖାଲିରେ ଚାଲିଛି ।
ଗଜପତି, (ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ସ୍ଥିତ ଗଜପ ତିଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଆଜି ଦ୍ବିତୀୟ ଦିବସରେ ମଧ୍ୟ ଖାଁ ଖାଁରେ ଚାଲିଛି । ହାତଗଣତି ପ୍ରଶାସନିକ ଅଧିକାରୀ, ଘରୋଇ ସୁରକ୍ଷା କର୍ମୀ ଓ ପୋଲିସ ଟିମ୍ ଙ୍କ ସହ କଳାକାର ଏବଂ ସେମାନଙ୍କ ଅଭିଭାବକଙ୍କୁ ମିଶାଇ 100ରୁ କମ୍ ଉପସ୍ଥିତି ରହିଥିବାର ଦେଖିବାକୁ ମିଳିଛି । ସେପଟେ ଲକ୍ଷ ଲକ୍ଷଟଙ୍କା ବ୍ୟୟବରାଦ କରାଯାଇ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ଗୁଡିକ ମଧ୍ୟ ଖାଁ ଖାଁ ହୋଇପଡିଛି । ତେବେ ଜନସଚେତନତା ନଥିବା ଯୋଗୁଁ ଲୋକଙ୍କ ଭିଡ ଜମୁନଥିବା ବେଳେ ନାରୀ ଶକ୍ତିକୁ କିପରି ଶସକ୍ତ କରାଯାଇଛି ତାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ବିଶେଷ କରି ଏହି ମେଳାରେ ରାଜ୍ୟହସ୍ତଶିଳ୍ପ, ପାରମ୍ପାରିକ ଖାଦ୍ୟ ଓ ଲୋକ ସଂସ୍କୃତିର ଏକ ଭବ୍ୟ ପର୍ବ ବୋଲି ସରକାର ତଥା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି । ଏହି ମେଳା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ଷ୍ଟାର ନାଇଟରେ ନାମୀଦାମୀ କଳାକାରମାନେ ଯୋଗଦେଉଛନ୍ତି ।
ଅନ୍ତତଃ ଏହି ନାମୀଦାମୀ କଳାକାରଙ୍କ ମର୍ଯ୍ୟାଦା ବୃଦ୍ଧିକରିବାକୁ ଅନ୍ତତଃ 5ଶହ ଲୋକେ ରହିଥିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିନା ଯୋଜନା ଓ ବିନା ସଚେତନତାରେ ଲୋକଙ୍କ ଅର୍ଥକୁ ଶ୍ରାଦ୍ଧ ନକରାଉ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ସେପଟେ ଷ୍ଟାଡିୟମ ବା ସୁଭଦ୍ରା ମେଳାରେ ଜମା ଭିଡ ପରିଲକ୍ଷିତ ନହେବାକୁ ନେଇ ଘରୋଇ ସୁରକ୍ଷା କର୍ମୀମାନେ ଗୋଟିଏ ମୁଖ୍ୟ ଫାଟକରେ ତାଲା ପକାଇ ଜଗି ରହିଛନ୍ତି ।
