ଦୋଳଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଗଜପତି, ୩।୨ (ମନୋଜ ପାଢ଼ୀ) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆସନ୍ତା 27.02.2026 ତାରିଖ ଠାରୁ 04.03.2026 ତାରିଖ ପର୍ଯ୍ୟନ୍ତ 6 ଦିନ ଧରି ହେବାକୁ ଥିବା ପ୍ରସିଦ୍ଧ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ଦୋଳ ଉତ୍ସବ କମିଟିର ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଚଳିତ ବର୍ଷ ଏହି ଯାତ୍ରାକୁ 6 ଦିନ ବ୍ୟାପୀ ବଡ ଆଡମ୍ବର ସହକାରେ ପାରମ୍ପରିକ ରୀତିନିତି ପ୍ରକାରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା । ଯାତ୍ରାକୁ ଅତି ସୁରୁଖୁରରେ ଓ ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ 5ଟି ଉପକମିଟି ଗଠନ କରାଗଲା । ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନୃତ୍ୟ,ଗୀତ, ଭଜନ ଆାଦିର ଆୟୋଜନ କରାଯିବ ବୋଲି ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ କମିଟିର କର୍ମକର୍ତ୍ତା ରାଜେନ୍ଦ୍ର ବେହେରା, ମଙ୍ଗଳା ପଟ୍ଟନାୟକ, ଗଣେଶ ପଟ୍ଟନାୟକ, ମନୋଜ କୁମାର ଦାଶ, ମନୋଜ ପଟ୍ଟନାୟକ, ଲୋକନାଥ ମିଶ୍ର, ନରସିଂହ ଗୌଡ ପ୍ରମୁଖ ଉପସ୍ଥ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଦେବେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
