ଦୋଳବନ୍ଧ ନିକଟରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜନ ।

ଦୋଳବନ୍ଧ ନିକଟରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜନ ।

ଦୋଳବନ୍ଧ ନିକଟରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜନ ।

ଗଜପତି,୩୧.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଦୋଳବନ୍ଧ ନିକଟରେ ଥିବା ହନୁମାନ ଓ ସାଇ ମନ୍ଦିର ପରିସର ମଧ୍ୟରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜନ ହୋଇଯାଇଛି । ଏହି ମନ୍ଦିର ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଭୂମୀ ପୂଜନ ଉତ୍ସବରେ କମିଟିର ସଦସ୍ୟ ରମେଶ ଚନ୍ଦ୍ର ହୋତା ପୁରୋହିତ ଭାବେ ଯୋଗଦେଇଥିବା ବେଳେ ହୋମ ଯଜ୍ଞର କର୍ତ୍ତା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ରବେହେରା, ଦେବେନ୍ଦ୍ର ମିଶ୍ର ,ଗଣେଶ ପଟ୍ଟନାୟକ, ମଙ୍ଗଳା ପଟ୍ଟନାୟକ, ଅଯୋଧ୍ୟା ଶବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଆସନ୍ତା ଦୁଇ ମାସ ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ କରାଯାଇ ପ୍ରଭୂ ଶ୍ରୀ ରାମଙ୍କ ବିଗ୍ରହ ପ୍ରତିଷ୍ଠା କରାଯିବ । ଏଥି ସହ ଭଗବାନ ଲକ୍ଷ୍ଣଣ, ମାଁ ସୀତାହକ୍ ବିଗ୍ରହ ମଧ୍ୟ ସ୍ଥାପନ କରାଯାଇ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯିବା ନେଇ କମିଟି ନିଷ୍ପତ୍ତି ନେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି ।