ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍, ଫାଟିଲା କମ୍ପ୍ରେସର, ଆଉ ତା’ ପରେ…
ଗଜପତି,୧୩ା୯(ମନୋଜ ପାଢୀ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା ଅନୁସାରେ, ଶୁକ୍ରବାର ସେ ନିଜ ଦୋକାନ ପାଇଁ ଏକ ନୂଆ ଫ୍ରିଜ୍ କିଣି ଆଣିଥିଲେ। କିନ୍ତୁ ସେ ଦୋକାନ ବନ୍ଦ କରି ଚାଲିଯିବା ପରେ ବିଳମ୍ବିତ ରାତିରେ ସେହି ନୂଆ ଫ୍ରିଜ୍ର କମ୍ପ୍ରେସର ଫାଟି ଏହି ଅଗ୍ନିକାଣ୍ଡ ଘଟିବା ଦ୍ୱାରା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି।ଭୋର ସମୟରେ ସ୍ଥାନୀୟ ଲୋକେ ଧୂଆଁ ବାହାରିବାର ଦେଖି ଦୋକାନ ମାଲିକଙ୍କୁ ଖବର ଦେବା ସହଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
