ଦେକୁଲବା ଗିରିଗୋବର୍ଦ୍ଧନ ପୀଠ ଠାରେ ତାଲମେଣ୍ଡା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ୧୯୮୦/୮୪ ମାନଙ୍କ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ଦେକୁଲବା ଗିରିଗୋବର୍ଦ୍ଧନ ପୀଠ ଠାରେ ୧୯୮୦/୮୪ ଛାତ୍ରଛାତ୍ରୀ ମାନକୁଂ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ତତ୍କାଳୀନ ପୂର୍ବତନ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଷିଷ୍ଟ ଶିକ୍ଷକ ମାନେ ହେଲେ ପୂର୍ଣ୍ଣଚନ୍ଦ୍ର ପଶାୟତ, ଡ଼ୋଲାମଣୀ କନ୍ଧେର, ଗୋପାଳ ପ୍ରଧାନ, ଅରକ୍ଷିତ ସାହୁ, ନିତ୍ୟାନନ୍ଦ ପ୍ରଧାନ ଓ କର୍ମଚାରୀ ମାନଙ୍କୁ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସମ୍ମାନିତ କରାଯାଇଥିଲା। ପୁରାତନ ଛାତ୍ର ଛାତ୍ରୀ ମାନେ ନିଜ ବିଦ୍ୟାଳୟ ଅତିତ ଜୀବନର ଅଭୁଲା ମୂହୁର୍ତ୍ତ ଗୁଡିକ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀ ମାନେ ହେଲେ ଦୁର୍ଗା ପ୍ରସାଦ ଛୁରିଆ, ସରୋଜ ଦାଶ, ସଂଯୁକ୍ତା ରଥ, ଖଗ ଭୋଇ, ଜୟନ୍ତୀ ସାହୁ, ଲେକୃ ପ୍ରଧାନ, ଗୋପାଳ ଭୋଇ, ମାଧବ ସାହୁ ।ଏହାକୁ ପରିଚାଳନା କରିଥିଲେ, ଦୁର୍ଗା ପ୍ରସାଦ ଛୁରିଆ, ଛାତ୍ରଛାତ୍ରୀ ମାନଙ୍କ ଯୋଗଯୋଗ ରେ ଥିଲେ ସରୋଜ କୁମାର ଦାଶ। ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ରେ ସୁନାମଧନ୍ୟ ଆନନ୍ଦ ଶତପଥୀ। ପରିଶେଷରେ ପ୍ରସାଦ ସେବନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆଗାମୀ ଦିନରେ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ଆହୁରି ବ୍ୟାପକ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।