ଦେଓଗାଁ ଚଣ୍ଡୀ ମନ୍ଦିର ରତ୍ନମୁଦ ଅବସର ରେ ରକ୍ତ ଦାନ ଶିବିର ୪୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୩୦-୧୧-୨୦
ବରଗଡ ଜିଲ୍ଲା ର ବରଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡିପାଲି, ଦେଓଗାଁ ଠାରେ ଚଣ୍ଡୀ ମନ୍ଦିର ର ରତ୍ନମୁଦ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଚଣ୍ଡୀ ମନ୍ଦିର ନିର୍ମାଣ କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ଶ୍ରୀମାନ ଜଗଦାନନ୍ଦ ମିଶ୍ର ,ପଶ୍ଚିମ ଓଡ଼ିଶା ଧନଯାତ୍ରା କଳାକାର ମହାସଂଘ ର ସମ୍ପାଦକ ଓ ବରେଣ୍ୟ ଅତିଥି ଭାବରେ ଶ୍ରୀ ସୁଦାମ ମହାପାତ୍ର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ରତ୍ନମୁଦ ଉତ୍ସବ କୁ ଆସୁଥିବା ଭକ୍ତ ମାନେ ଖୁସି ମନ ରେ ରକ୍ତ ଦାନ କରିଥିଲେ ବିଶେଷ କରି ମହିଳା ରକ୍ତ ଦାତା ମାନେ ଅତ୍ୟନ୍ତ ଉତ୍ସାହିତ ହୋଇ ରକ୍ତ ଦାନ କରୁଥିବା ଦେଖିବାକୁ ମିଳିଥିଲା।ଏହି ଶିବିର ରୁ ସର୍ବମୋଟ ୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିବା ବେଳେ ପୁରୁଷୋତ୍ତମ ଠାକୁର, ବାସୁଦେବ ମିଶ୍ର, ଡା. ପ୍ରଶାନ୍ତ କୁମାର ମିଶ୍ର, ନିଗମା ନନ୍ଦ ମିଶ୍ର, ଅକୃର ପଟେଲ ଙ୍କ ସହ ଚଣ୍ଡୀ ମନ୍ଦିର ନିର୍ମାଣ କମିଟି ଓ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀମାନ ସଚି ପଣ୍ଡା, ଆଶିଷ କର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ , ମାନସ ମେହେର, ଆଶିଷ କିରଣ ମହାପାତ୍ର ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ। ପରିଶେଷ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଚଣ୍ଡୀ ମନ୍ଦିର ନିର୍ମାଣ କମିଟି କୁ ଆମ ନିଷ୍ଠା ପରିବାର ତରଫ ଏକ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
