ଦୁର୍ଘଟଣାରେ ଆଈ, ନାତୁଣୀଙ୍କ ମୃତ୍ୟୁ ।

ଦୁର୍ଘଟଣାରେ ଆଈ, ନାତୁଣୀଙ୍କ ମୃତ୍ୟୁ ।

ଦୁର୍ଘଟଣାରେ ଆଈ, ନାତୁଣୀଙ୍କ ମୃତ୍ୟୁ ।

ଗଜପତି,୧୧.୨(ମନୋଜ ପାଢ଼ୀ)-: ସମ୍ପର୍କୀୟଙ୍କ ଏକାଦଶାହରେ ଯୋଗଦେଇ ଫେରୁଥିବା ଆଈ, ନାତୁଣୀଙ୍କର ମଙ୍ଗଳବାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାରତା ଗ୍ରାମ ଛକରେ ଘଟିଥିବା ଏହି ଦୁର୍ଘଟଣାରେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଇନ୍ଦୁପୁର ପଞ୍ଚାୟତ ଡିବିରିସିଂ ଗ୍ରାମର ନାଏବ ସରପଞ୍ଚ ଜଳ୍ପନା ଜୈବର୍ର (୫୦) ଓ ତାଙ୍କ ନାତୁଣୀ ପବିତ୍ରା ଜୈବର୍ର (୮)ଙ୍କ ଜୀବନ ଯାଇଛି। ସେମାନଙ୍କୁ ଏକ୍ସେଲ ଗାଡିରେ ଆଣୁଥୁବା ଜଳ୍ପନାଙ୍କ ସ୍ବାମୀ ଶ୍ରୀରାମୁଲୁ କୈବର୍ଗ (୫୫) ଗୁରୁତର ହୋଇ ପାରଳାଖେମୁଣ୍ଡି ମେତିବାଳରେ ଭର୍ଜି ହୋଇଛନ୍ତି। କାଶୀନଗର ପୋଲିସ ୨ ମୃତଦେହ ଜବତକରି ବ୍ୟବଚ୍ଛେଦ କରାଇଛି। ଏ ନେଇ ନଂ.୨୪/୨୬ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଏସ୍‌ଆଇପଞ୍ଚାନନ ବେହେରା କହିଛନ୍ତି।

ଶ୍ରୀରାମୁଲୁ ଏକ୍ସେଲ ଗାଡିରେ ସ୍ତ୍ରୀ ଓ ନାତୁଣୀଙ୍କୁ ଧରି ଗୋଷାଣି ବ୍ଲକ କଣ୍ଟ୍ରାଗତ ପଞ୍ଚାୟତ ଅନ୍ତର୍ଗତ ୱାଇଲୁପାଡୁ (ଆରିବା) ଗ୍ରାମରୁ ଜଣେ ସମ୍ପର୍କୀୟଙ୍କ ଏକାଦଶାହରେ ଯୋଗଦେଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁଣପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗ ପାରଳାଖେମୁଣ୍ଡି ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି।