ଦୁର୍ଗମ ଗାଁରେ ହାଡଫୁଟି ଆତଙ୍କ ୧୦ରୁ ଉଦ୍ଧ୍ବ ଆକ୍ରାନ୍ତ, ମେଡିକାଲ୍ ଟିମ୍ ର ଚିକିତ୍ସା ଜାରି ।
ଆର,ଉଦୟଗିରି(ମନୋଜ ପାଢ଼ୀ) ଦୁର୍ଗମ ଗାଁରେ ହାଡଫୁଟି ଆତଙ୍କ, ଗାଁରେ ୧୦ରୁ ଉଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ଗାଁ ଖବର ପାଇ ମେଡିକାଲ୍ ଟିମ୍ ଗସ୍ତ କରି ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଉଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଳକ ଗୁରୁଝୋଳି ଗାଁରେ ଗତ କିଛି ଦିନ ହେଲାଣି ଗାଁର ମହିଳା , ପୁରୁଷ ଓ ଶିଶୁମାନଙ୍କୁ ହାଡଫୁଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ଗାଁରେ ୬ ଜଣ ହାଡଫୁଟିରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ଗାଁରେ ଏବେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୭ ଜଣ ମହିଳା ରହିଛନ୍ତି । ଖବର ପାଇ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୃତ ରାଜ ଜେନା , ସୁପ୍ରଭାଇଜର ବିମ୍ବାଧର ମଲ୍ଲୀକଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ଟିମ୍ ଗସ୍ତ କରି ଆକ୍ରାନ୍ତଙ୍କୁ ଆବଶ୍ୟକୀୟ ଔଷଧ ଦେବା ସହ ସଚେତନ କରିଥିଲେ । ଗାଁରେ ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ନିଜକୁ ଆଇସୋଲେଟ୍ କରି ରହିବାକୁ ପରାମର୍ଶ ଦେଇଛନ୍ତି ।
ଲୋକେ ମଧ୍ୟ ନିଜ ନିଜର ଘରେ ରହି ଚିକିତ୍ସା ହେଇ ସୁସ୍ଥ ହେଉଛନ୍ତି । ଗାଁ ଗୋଳିରେ ଯଦି ଦେଖିବାକୁ ଗଲେ ଗ୍ରାମର ଦେବିଙ୍କ ଚୈତର ଆଗମନ ପୂର୍ବରୁ ଏଭଳି ଦେହରେ ମା ‘ ଙ୍କ ଆଗମନ ଥାଏ ବୋଲି ମଧ୍ୟ ପୂର୍ବ କାଳରୁ ଲୋକେ କହିଥିବାକୁ ନେଇ ଲିମ୍ବ ପତ୍ର ହଳଦୀ ତେଲ ବେବହାର କରି ମଧ୍ୟ ଲୋକେ ସୁସ୍ଥ ହେଉଥିବା ଗ୍ରାମବାସୀ କହିଛନ୍ତି ।
