ଦୁବାଇ ଏୟାର ସୋ’ରେ ଭାରତୀୟ ତେଜସ୍‌ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ: ଭିଡିଓ ସାମ୍ନାକୁ

ଦୁବାଇ ଏୟାର ସୋ’ରେ ଭାରତୀୟ ତେଜସ୍‌ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ: ଭିଡିଓ ସାମ୍ନାକୁ

ନୂଆଦିଲ୍ଲୀ: ଦୁବାଇ ଏୟାର ସୋ’ର ଶେଷ ଦିନରେ ଭାରତୀୟ ବାୟୁସେନାର ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ (LCA Mark-1) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା। ଅଲ୍‍ ମକ୍ତୁମ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ଥାନୀୟ ସମୟ ଅପରାହ୍ଣ ୨.୧୦ (ଭାରତୀୟ ସମୟ ୩.୪୦) ରେ ଉଡ଼ାଣ କୌଶଳ ପ୍ରଦର୍ଶନ ସମୟରେ ଏହି ଘଟଣା ଘଟିଥିଲା।ସୂତ୍ର ଅନୁଯାୟୀ, ପ୍ରଦର୍ଶନ ମଧ୍ୟରେ ତେଜସ୍‌ ବିମାନ ହଠାତ୍ ନିୟନ୍ତ୍ରଣ ହରାଇ ରନ୍‌ୱେ ନିକଟରେ ଖସିପଡ଼ି ଅଗ୍ନିକାଣ୍ଡରେ ପରିଣତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆଗ୍ନିଶାମୀ ଦଳ ପହଞ୍ଚି ବିମାନକୁ ନିବାରିଥିଲେ।ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍, ଯେଉଁଥିରେ ବିମାନଟିକୁ ତଳକୁ ତେଜଗତିରେ ଖସିପଡ଼ୁଥିବା ଏବଂ ପରେ ଅଗ୍ନିଶିଖାରେ ବିସ୍ତୀର୍ଣ୍ଣ ହୋଇଯାଉଥିବା ଦୃଶ୍ୟ ଦେଖାଯାଉଛି।