ଦୁଇ ବାଇକ ମୁହାଁ ମୁହାଁ ଧକ୍କାରେ ୩ ଗୁରୁତର l
ଆର, ଉଦୟଗିରି,୧୫.୧ (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଅଡବା ଥାନା ନିକଟସ୍ଥ ପୁଞ୍ଜାସ୍ୱର୍ଗୀ ଠାରେ ବାଇକ ସହ ବାଇକ ମୁହାଁ ମୁହାଁ ଧକ୍କା। ଯାହା ଫଳରେ ୩ ଯୁବକ ଗୁରୁତର । ଗୁରୁତର ଯୁବକ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର l ସୂଚନା ପ୍ରକାରେ ଅଡବା ଗ୍ରାମ ରୁ ଗୁଞ୍ଜିପଙ୍କା ଯାଉ ଥିବା ଏକ ବାଇକ ଓ ବିରିକୋଟ ରୁ ପୁଞ୍ଜାସ୍ୱର୍ଗୀ ଗାଁ କୁ ଆସୁଥିବା ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଅଧିକା ତଦନ୍ତ ଜାରି ରଖିଛି।
