ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି।

ଗଜପତି,୧୯ା୩(ମନୋଜ ପାଢ଼ୀ) -: ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଗାଁରେ। ସରକାରୀ ଲକ୍ଷ୍ମୀ ବସ୍‌ ଦୁର୍ଗମ ଅଞ୍ଚଳର ଗରଡମାରୁ ମୋହନା ଆସୁଥିଲା। ବ୍ରହ୍ମପୁରରୁ ପଦ୍ମାଳୟ ନାମକ ଘରୋଇ ଯାତ୍ରୀ ବସ୍‌ କନ୍ଧମାଳ ଜିଲା ବ୍ରାହ୍ମୁଣୀଗାଁ ପଟେ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ଲକ୍ଷ୍ମୀବସ୍‌ରେ ଥିବା ଛ’ ଜଣ ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଅଡ଼ବା ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଉଛି। ଅନ୍ୟପଟେ ଘରୋଇ ବସ୍‌ରେ ଥିବା ପାଖପାଖି ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି କେଉଁ କାରଣରୁ ଏହିପରି ଘଟଣା ଘଟିଲା ତଦନ୍ତ ଜାରି ରଖିଛି ।